ଜେଏମଏମ ଛାଡ଼ିଲେ ଚମ୍ପାଇ ସୋରେନ
ନୂଆଦିଲ୍ଲୀ: ବହୁ ଚର୍ଚ୍ଚା ଆଲୋଚନା ପରେ ଶେଷରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ରୁ ଇସ୍ତଫା ଦେଇଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ବୁଧବାର ସେ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ଚମ୍ପାଇ ସୋରେନ୍ ଦିଲ୍ଲରୁ ରାଞ୍ଚି ପହଞ୍ଚିବା ପରେ ଦଳରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ସେ ଅଗଷ୍ଟ ୩୦ରେ ବିଜେପିରେ ସାମିଲ ହେବେ । ଚମ୍ପାଇ ସୋରେନଙ୍କ ସହ ତାଙ୍କ ପୁଅ ବାବୁଲାଲ ସୋରେନ ମଧ୍ୟ ବିଜେପିରେ ସାମିଲ ହୋଇପାରନ୍ତି ।
ଚମ୍ପାଇ ସୋରେନ ତାଙ୍କ ବିବୃତିରେ କହିଛନ୍ତି ଯେ ତାଙ୍କୁ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଜେଏଏମ ଛାଡ଼ିବାକୁ ବାଧ୍ୟ କରାଯାଇଛି। ବର୍ତ୍ତମାନ ଜେଏମଏମ ତା'ର ଲକ୍ଷ୍ୟ ଓ ଆଭିମୁଖ୍ୟ ହରାଇ ସାରିଛି ବୋଲି ମଧ୍ୟ ଚମ୍ପାଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, "ଜେଏମଏମ ମୋ ପରିବାର ଭଳି ଥିଲା। ମୁଁ ଦଳ ଛାଡ଼ିବି ବୋଲି କେବେ ହେଲେ ସ୍ୱପ୍ନରେ ମଧ୍ୟ ଭାବି ନଥିଲି। କିନ୍ତୁ ଏହି କିଛି ଦିନ ମଧ୍ୟରେ ଏମିତି କିଛି ଘଟିଥିଲା, ଯାହା ମୋତେ କଷ୍ଟ ଦେଇଥିଲା। ମୁଁ ଏପରି ଗୋଟିଏ କଠିନ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି।

ମୋତେ ଏପରି ଆଭିମୁଖ୍ୟ ଗ୍ରହଣ କରିବାକୁ ବାଧ୍ୟ କରାଯାଇଛି। ବର୍ତ୍ତମାନର କାର୍ଯ୍ୟଶୈଳୀ ଓ ନୀତିରେ ବିମୁଖ ହୋଇ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଦୟା କରି ମୋ ଇସ୍ତଫାପତ୍ରକୁ ଗ୍ରହଣ କରି ନିଆଯାଉ।" ସେପଟେ ବିଜେପିରେ ଚମ୍ପାଇ ସୋରେନଙ୍କ ଭୂମିକା କଣ ରହିବ ତା ବର୍ତ୍ତମାନ ସ୍ପଷ୍ଟ ହୋଇପାରି ନାହିଁ । କିନ୍ତୁ ଜେଏମଏମରୁ ଇସ୍ତଫା ଦେବା ପୂର୍ବରୁ ଚମ୍ପାଇ ସୋରେନ୍ କହିଥିଲେ, ବିଜେପିରେ ତାଙ୍କୁ ଯେଉଁ ଭୂମିକା ମିଳିଲେ ବି ସେ ସୂଚାରୁ ରୂପେ ପାଳନ କରିବେ ।












Click it and Unblock the Notifications