ନିଲାମ ହେବ ପୂର୍ବତନ ଜୟଲଳିତାଙ୍କ ବାସଭବନ
ତାମିଲନାଡୁର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ପୋସ୍ ଗାର୍ଡେନ ବାସଭବନ 'ବେଦ ନିଳୟମ୍'କୁ ନିଲାମ କରାଯିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି। 'ବେଦ ନିଳୟମ' ଉପରେ ଆୟକର, ସମ୍ପତ୍ତି କର ଏବଂ ସୁଧ ବାବଦକୁ ମୋଟ ୧୩.୬୯ କୋଟି ଟଙ୍କା ବକେୟା ରହିଛି। ଏହି ବକେୟା ଟିକସ ଜୟଲଳିତାଙ୍କ କୌଣସି ଉତ୍ତରାଧିକାରୀ ପୈଠ ନକଲେ ଉକ୍ତ ବାସଭବନକୁ ନିଲାମ କରାଯିବ ବୋଲି ଆୟକର ବିଭାଗ ମାଡ୍ରାସ ହାଇକୋର୍ଟଙ୍କୁ ଜଣାଇଛି। ଆୟକର ପକ୍ଷରୁ ଧାର୍ଯ୍ୟ ଟିକସକୁ ବିରୋଧ କରି ଜୟଲଳିତାଙ୍କ ଝିଆରୀ ଜେ ଦୀପା ହାଇକୋର୍ଟରେ ଦାୟର କରିଥିବା ରିଟ୍ ପିଟିସନ ଉପରେ ଶୁଣାଣି ସମୟରେ ଆୟକର ବିଭାଗ ଏହି ଉତ୍ତର ଦେଇଛି।













Click it and Unblock the Notifications