ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳଙ୍କ ଇମୋସନାଲ ପୋଷ୍ଟ,ମୋ ସ୍ବାସ୍ଥ୍ୟାବସ୍ଥା ଗୁରୁତର....

ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଏବେ ଗୁରୁତର ଅସୁସ୍ଥତା କାରଣରୁ ହସ୍ପିଟାଲରେ ଅଛନ୍ତି। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭାବପ୍ରବଣ ପୋଷ୍ଟରେ ସେ କହିଛନ୍ତି ଯେ ସରକାର କୌଣସି ପ୍ରକାରେ ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛନ୍ତି। 'ମୁଁ ବଞ୍ଚି ରହିପାରେ କିମ୍ବା ନପାରେ କିନ୍ତୁ ମୁଁ ଆପଣଙ୍କୁ ଏକ ସତ କହିବାକୁ ଚାହୁଛି, ଯଦି ଆଜି ମୋ ପାଖରେ ଟଙ୍କା ଥାଆନ୍ତା, ତେବେ ମୁଁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥାନ୍ତି' ବୋଲି ମଲ୍ଲିକ ପୋଷ୍ଟ କରିଛନ୍ତି।

ମଲ୍ଲିକ ତାଙ୍କ ପୋଷ୍ଟରେ ଲେଖିଛନ୍ତି, 'କିଡନି ସମସ୍ୟାରେ ପୀଡ଼ିତ ହେବାରୁ ମୁଁ ମାସେ ହେଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ଆଜି ପୁଣି ମୋତେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ମୋ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ହେବାରେ ଲାଗିଛି। ମୁଁ ବଞ୍ଚିବି କି ନା ଜାଣେନା, କିନ୍ତୁ ଦେଶବାସୀଙ୍କୁ ସତ କହିବାକୁ ଚାହୁଛି। ଯେତେବେଳେ ମୁଁ ରାଜ୍ୟପାଳ ପଦରେ ଥିଲି, ସେତେବେଳେ ମୋତେ ୧୫୦ କୋଟି ଟଙ୍କା ଲାଞ୍ଚ ଅଫର କରାଯାଇଥିଲା, କିନ୍ତୁ ମୁଁ ମୋର ରାଜନୈତିକ ଗୁରୁ ସ୍ୱର୍ଗତ ଚୌଧୁରୀ ଚରଣ ସିଂହଜୀଙ୍କ ଭଳି ସଚ୍ଚୋଟ ଭାବରେ କାର୍ଯ୍ୟ ଜାରି ରଖିଥିଲି ଏବଂ ସେମାନେ କେବେ ବି ମୋର ବିଶ୍ୱାସକୁ ହଲାଇ ପାରିନଥିଲେ।

Former J amp amp K governor Satyapal Malik

ଯେତେବେଳେ ମୁଁ ରାଜ୍ୟପାଳ ଥିଲି, ସେତେବେଳେ କୃଷକ ଆନ୍ଦୋଳନ ମଧ୍ୟ ଚାଲିଥିଲା। ମୁଁ ରାଜନୈତିକ ଲୋଭରେ ନ ରହି କୃଷକଙ୍କ ଦାବି ଉଠାଇଥିଲି। ତା'ପରେ ଜନ୍ତରମନ୍ତରଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ମହିଳା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନରେ ସେମାନଙ୍କୁ ସମର୍ଥନ କରିଥିଲି। ପୁଲଵାମା ଆକ୍ରମଣ ସମ୍ପର୍କରେ ପୂର୍ବତନ ରାଜ୍ୟପାଳ କହିଛନ୍ତି, ମୁଁ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନଙ୍କ ପ୍ରସଙ୍ଗ ଉଠାଇଥିଲି, ଯାହାର ତଦନ୍ତ ଆଜି ପର୍ଯ୍ୟନ୍ତ ଏହି ସରକାର କରିନାହାନ୍ତି। ସିବିଆଇ ଭୟ ଦେଖାଇ ମୋତେ ମିଥ୍ୟା ଚାର୍ଜସିଟ୍‌ରେ ଫସାଇବା ପାଇଁ ସରକାର ବାହାନା ଖୋଜୁଛନ୍ତି।

ଯେଉଁ ଟେଣ୍ଡର୍‌ରେ ସେମାନେ ମୋତେ ଫସାଇବାକୁ ଚାହୁଁଥିଲେ, ମୁଁ ନିଜେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲି ଯେ ଏହି ମାମଲାରେ ଦୁର୍ନୀତି ହୋଇଛି ଏବଂ ମୁଁ ନିଜେ ସେହି ଟେଣ୍ଡରକୁ ବାତିଲ କରିଛି। ମୁଁ ସରକାର ଏବଂ ସରକାରୀ ଏଜେନ୍ସିଗୁଡ଼ିକୁ କହିବାକୁ ଚାହୁଁଛି ଯେ ମୁଁ କୃଷକ ସଂପ୍ରଦାୟର, ମୁଁ ଭୟ କରୁନାହିଁ କି ମୁଣ୍ଡ ନୁଆଁଇବି ନାହିଁ । ମୋତେ ବଦନାମ କରିବା ପାଇଁ ସରକାର ସମସ୍ତ ଶକ୍ତି ପ୍ରୟୋଗ କରିଛନ୍ତି। ୫୦ ବର୍ଷରୁ ଅଧିକ ସମୟର ରାଜନୈତିକ କ୍ୟାରିୟରରେ ଉଚ୍ଚ ପଦବୀରେ ଦେଶର ସେବା କରିବାର ସୁଯୋଗ ପାଇବା ପରେ ମଧ୍ୟ ମୁଁ ଗୋଟିଏ ବଖରା ଘରେ ରହୁଛି ଏବଂ ଋଣଗ୍ରସ୍ତ ମଧ୍ୟ ଅଛି ବୋଲି ମଲ୍ଲିକ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+