Get Updates
Get notified of breaking news, exclusive insights, and must-see stories!

ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ଦୁଇଟି ଯାକ କିଡନୀ ଫେଲ୍

ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅସୁସ୍ଥ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଗୁରୁତର । ସତ୍ୟପାଲଙ୍କର ଦୁଇଟି କିଡନୀ ଫେଲ୍ ହେବା ପରେ ସେ ଅସୁସ୍ଥ ଥିବା ନେଇ ଖୋଦ୍ ସତ୍ୟପାଲ ମଲ୍ଲିକ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ତେବେ ମେ ୧୧ ତାରିଖରୁ ସତ୍ୟପାଲ ଦିଲ୍ଲୀର ରାମ ମନୋହର ଲୋହିୟା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କର ସେଠାରେ ଚିକିତ୍ସା ଚାଲିଛି ।

ହସ୍ପିଟାଲ ବେଡରେ ଶୋଇଥିବା ଅବସ୍ଥାର ଫଟୋ ଛାଡି ସତ୍ୟପାଲ ଲେଖିଛନ୍ତି ଯେ, 'ମୋର ବହୁତ ଶୁଭଚିନ୍ତକଙ୍କର ଫୋନ ଆସୁଛି, ଯାହାକୁ ମୁଁ ଉଠେଇବାକୁ ଅସମର୍ଥ । ଏବେ ମୋର ସ୍ବାସ୍ଥାବସ୍ଥା ବହୁତ ଖରାପ ଅଛି । ମୁଁ କାହା ସହିତ କଥା ହେବା ଅବସ୍ଥାରେ ନାହିଁ'।ସେପଟେ ଗତକାଲି, ସତ୍ୟାପାଲ ମଲିକଙ୍କ ସମେତ 6 ଜଣଙ୍କ ବିରୋଧରେ ଭ୍ରଷ୍ଟାଚାର ବା ଘୋଟାଲା ମାମଲାରେ ଚାର୍ଜସିଟ ଦାଖଲ କରିଛି ସିବିଆଇ (CBI) ।

Satya Pal Malik
ସତ୍ୟପାଲ ମଲ୍ଲିକଙ୍କ ପରିସ୍ରା ସଂକ୍ରମଣ ଜନିତ ଗମ୍ଭୀର ଜଟିଳତାରେ ପୀଡିତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଦିଲ୍ଲୀର ରାମ ମନୋହର ଲୋହିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁ କାରଣରୁ ତାଙ୍କର ଦୁଇଟିଯାକ କିଡନୀ ଫେଲ୍ ହୋଇଯାଇଛି । ଆଉ ଆଜି ସେ ନିଜେ ଫଟୋ ଛାଡି ନିଜ ସ୍ବାସ୍ଥ୍ୟ ସଂପର୍କରେ ସମସ୍ତଙ୍କୁ ସୂଚନା ଦେଇଛନ୍ତି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+