Get Updates
Get notified of breaking news, exclusive insights, and must-see stories!

ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କୃଷ୍ଣସ୍ବାମୀ କସ୍ତୁରୀରଙ୍ଗନଙ୍କ ପରଲୋକ

ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ତଥା ଭାରତୀୟ ଜାତୀୟ ଶିକ୍ଷାନୀତିର ମୁଖ୍ୟ ପୁରୋଧା ଡକ୍ଟର କେ. କସ୍ତୁରୀରଙ୍ଗନଙ୍କର ଆଜି ସକାଳେ ବେଙ୍ଗାଲୁରୁସ୍ଥିତ ତାଙ୍କ ବାସଭବନରେ ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଇସ୍ରୋର ଅଧ୍ୟକ୍ଷ ଭାବେ ଡକ୍ଟର କସ୍ତୁରୀରଙ୍ଗନ ପି.ଏସ୍‍.ଏଲ୍‍.ଭି.ର ବିକାଶରେଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ଭାରତର ସବୁଠାରୁ ବିଶ୍ୱସନୀୟ ଉପଗ୍ରହ ଉତ୍‍କ୍ଷେପଣକାରୀ ହୋଇପାରିଥିଲା ।

former isro chief

ସେ ୨୦୦୩ ଅଗଷ୍ଟ ୨୭ରେ ଇସ୍ତଫା ଦେବା ପୂର୍ବରୁ ୯ ବର୍ଷରୁ ଅଧିକ ସମୟ ଧରି ଭାରତୀୟ ମହାକାଶ କାର୍ଯ୍ୟକ୍ରମର ନେତୃତ୍ୱ ନେବା ସହ ଜେ.ଏନ୍‍.ୟୁ.ର କୁଳପତି ଏବଂ କର୍ଣ୍ଣାଟକ ଜ୍ଞାନ ଆୟୋଗର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ବେଙ୍ଗାଲୁରୁର ନ୍ୟାସନାଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଆଡ୍‍ଭାନ୍ସଡ଼ ଷ୍ଟଡିଜ୍‍ର ମଧ୍ୟ ସେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଗବେଷଣା ଏବଂ ଶିକ୍ଷାକୁ ବିଶେଷ ଗୁରୁତ୍ୱ ପ୍ରଦାନ କରିଥିଲେ । ସେ ୨୦୦୩ରୁ ୨୦୦୯ ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ଥିଲେ । ଆସନ୍ତା ରବିବାର ସକାଳ ୧୦ଟାରୁ ୧୨ଟା ମଧ୍ୟରେ ବେଙ୍ଗାଲୁରୁର ପ୍ରସିଦ୍ଧ ବୈଜ୍ଞାନିକମାନେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟସୂଚୀ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+