ବିଜେପିରେ ଯୋଗ ଦେଲେ ଅବସରପ୍ରାପ୍ତ ଏୟାର ଚିଫ୍
ନୂଆଦିଲ୍ଲୀ : ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଅବସରପ୍ରାପ୍ତ ଏୟାର ଚିଫ୍ ମାର୍ସାଲ ଆରକେଏସ ଭଦୁରିଆ ବିଜେପିରେ ଯୋଗ ଦେଇଛନ୍ତି । ଦଳର ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏବଂ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ଆରକେଏସ ଭଦୁରିଆ । ପୂର୍ବତନନ ଏୟାର ଚିଫ ମାର୍ଶଲ ଭାଜପାରେ ମିଶିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା ସଭାପତି ଜେପି ନଡାଙ୍କ ସମେତ ଅନେକ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେ କହିଛନ୍ତି, ମୋ ଜୀବନର ୪୦ ବର୍ଷରୁ ଅଧିକ ସମୟ ଧରି ଭାରତୀୟ ବାୟୁସେନା ପାଇଁ କାମ କରିଥିବାରୁ ମୁଁ ବହୁତ ଭାଗ୍ୟବାନ । ଏହା ଅତ୍ୟନ୍ତ ଗର୍ବର ବିଷୟ । ଏହି ସମୟ ମଧ୍ୟରେ ସବୁଠାରୁ ସୁବର୍ଣ୍ଣ ସୁଯୋଗ ହେଉଛି ଯାହା ମୋର ସେବାର ଶେଷ ଅବଧିରେ ଆସିଛି । ଭାରତୀୟ ସୈନ୍ୟବାହିନୀକୁ ଶକ୍ତିଶାଳୀ କରିବା, ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଏବଂ ଆଧୁନିକୀକରଣ କରିବା ପାଇଁ ଗତ ୮ରୁ ୧୦ ବର୍ଷ ମଧ୍ୟରେ ଏହି ଦଳର ସରକାର ନେଇଥିବା କଠୋର ପଦକ୍ଷେପ ଆମ ସୈନ୍ୟବାହିନୀର ଦକ୍ଷତା ବିକାଶ କରିଛି ।
ସେ ଆହୁରି ମଧ୍ୟ କହିଛନ୍ତି, ଏହା ସହ ଶକ୍ତି ଉପରେ ଏକ ନୂତନ ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରଶୀଳ ହେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାର ପ୍ରଭାବ ତୃଣମୂଳ ସ୍ତରରେ ମଧ୍ୟ ଦେଖାଯାଉଛି । ଏହା ଆମକୁ ସ୍ୱଦେଶୀ କ୍ଷମତା ମଧ୍ୟ ଦେବ । ଏସିଏମ ରାକେଶ କୁମାର ସିଂ ଭଦୌରିଆ ମୂଳତଃ ଉତ୍ତରପ୍ରଦେଶରୁ ଆସିଛନ୍ତି । ଭାରତକୁ ମଜବୁତ କରିବା ପାଇଁ ୩୬ ରାଫେଲ ବିମାନ କିଣିବା ପାଇଁ ସେ ଗଠିତ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ ।

ଭାରତୀୟ ବାୟୁସେନାର ସର୍ବଶ୍ରେଷ୍ଠ ପାଇଲଟମାନଙ୍କ ମଧ୍ୟରୁ ରାକେଶ କୁମାର ସିଂ ଭଦୌରିଆ ଅନ୍ୟତମ । ଅଦ୍ୟାବଧି ସେ ରାଫାଲ ସମେତ ୨୮ରୁ ଅଧିକ ପ୍ରକାରର ଯୁଦ୍ଧ ବିମାନ ଏବଂ ପରିବହନ ବିମାନ ଉଡ଼ାଣ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଉତ୍ତରପ୍ରଦେଶର ଗାଜିଆବାଦ ଲୋକସଭା ଆସନରୁ ବିଜେପି ପୂର୍ବତନ ବାୟୁସେନା ମୁଖ୍ୟ ଆରକେଏସ ଭଦୁରିଆଙ୍କୁ ଟିକେଟ ଦେଇପାରେ । ବର୍ତ୍ତମାନ ଏହି ଆସନରୁ ବିଜେପି ସାଂସନ ଅଛନ୍ତି ଜେନେରାଲ ଭି.କେ ସିଂ ।
ସେ ୨୦୧୪ ଏବଂ ୨୦୧୯ ରେ ଏହି ଆସନରୁ ନିର୍ବାଚନ ଜିତିଛନ୍ତି । ଚଳିତ ବର୍ଷ ନିର୍ବାଚନ ପାଇଁ ଗାଜିଆବାଦ ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ । ଏଭଳି ପରିସ୍ଥିତିରେ ଆରକେଏସ୍ ଭଦୁରିଆଙ୍କୁ ଏହି ଆସନରୁ ବିଜେପି ଛିଡା କରିପାରେ ବୋଲି ଚର୍ଚ୍ଚା ହେଉଛି ।












Click it and Unblock the Notifications