ପୂର୍ବତନ ବୈଦେଶିକ ବ୍ୟାପର ମନ୍ତ୍ରୀ ପରଲୋକରେ କେ.ନଟବର ସିଂହ
K Natwar Singh: ପୂର୍ବତନ ବୈଦେଶିକ ବ୍ୟାପର ମନ୍ତ୍ରୀ କେ.ନଟବର ସିଂହଙ୍କ ପରଲୋକ । ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ୯୫ ବର୍ଷ ବୟସରେ ତାଙ୍କ ଦେହାନ୍ତ ଘଟିଥିବା ନେଇ ସୂଚନା ରହିଛି । କେ.ନଟବର ସିଂହ ମନମୋହନ ସିଂହ ସରକାରରେ ବ୍ୟାବିନେଟ ମିନ୍ତ୍ରୀ ଥିଲେ ।

ସୂଚନା ଅନୁସାରେ, ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟୱର ସିଂ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ସେ ଜଣେ ପ୍ରବୀଣ କୂଟନୀତିଜ୍ଞ ଓ ରାଜନେତା ଭାବେ ନଟୱର ସିଂଙ୍କର ପ୍ରସିଦ୍ଧ ଥିଲେ । ୟୁପିଏ ଅମଳରେ ମନମୋହନ ସିଂଙ୍କ ସରକାରରେ ସେ ବୈଦେଶିକ ମନ୍ତ୍ରୀ ଭାବେ କାର୍ୟ୍ୟ କରିଥିଲେ।
ସୂଚନାଥାଉ ଯେ, ୧୯୫୩ରେ ସେ ଭାରତୀୟ ସେବାରେ ଯୋଗଦେଇଥିଲେ। ୧୯୮୨ରୁ ୮୪ ପର୍ଯ୍ୟନ୍ତ ପାକିସ୍ତାନରେ ଭାରତର ହାଇକମିଶନର ଭାବେ କାର୍ୟ୍ୟ କରିଥିଲେ ନଟୱର ସିଂ। ସେ ୧୯୮୪ ମସିହାରୁ ସେ ଅବସର ନେଇ ରାଜନୀତିରେ ପାଦ ଥାପିଥିଲେ। ଭକ୍ତ ବର୍ଷ ସେ ନିଜ ରାଜ୍ୟ ରାଜସ୍ଥାନର ଭରତପୁରରୁ ଲଢ଼ି ସାଂସଦ ହୋଇଥିଲେ। ରାଜୀବ ଗାନ୍ଧୀଙ୍କ ସରକାରରେ ସେ ପ୍ରଥମେ ଇସ୍ପାତ ମନ୍ତ୍ରୀ ହୋଇଥିଲେ ଓ ପରେ ୧୯୮୬ରେ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ରାଜନୀତି ସହ ସେ ଭଲ ଲେଖକ ଭାବେ ମଧ୍ୟ ପରିଚିତ ଥିଲେ ।












Click it and Unblock the Notifications