ବିଗିଡ଼ିଲା ସ୍ୱାସ୍ଥ୍ୟବାସ୍ତା, ହସ୍ପିଟାଲରେ ଭର୍ତ୍ତି ହେଲେ ଏଲ୍ କେ ଆଡଭାନୀ
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ମଙ୍ଗଳବାର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି । ବୃଦ୍ଧାବସ୍ଥା ସମ୍ବନ୍ଧୀୟ ଅସୁସ୍ଥତା ହେତୁ ଆଡଭାନୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । "ଏଲ.କେ ଆଡଭାନୀଙ୍କ ଅବସ୍ଥା ସ୍ଥିର ରହିଛି । ତାଙ୍କୁ ୟୁରୋଲୋଜି, କାର୍ଡିଓଲୋଜି ଏବଂ ମେଡିସିନ୍ ସମେତ ବିଭିନ୍ନ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା କରାଯାଉଛି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।
ଏହାପୂର୍ବରୁ ତାଙ୍କୁ ଗତ ମାସରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କୁ କିଛି ଦିନ ଚିକିତ୍ସା କରିବା ପରେ ଡିସଚାର୍ଜ କରାଯାଇଥିଲା । ସେତେବେଳେ ୯୬ ବର୍ଷୀୟ ଆଡଭାନୀଙ୍କୁ ମଧ୍ୟ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାର କିଛି ଦିନ ପୂର୍ବରୁ ତାଙ୍କୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) କୁ ନିଆଯାଇଥିଲା । ଏମ୍ସରେ ଗୋଟିଏ ରାତି ରହିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ।

ଭାରତୀୟ ରାଜନୀତିର ଅନ୍ୟତମ ପ୍ରମୁଖ ବ୍ୟକ୍ତି ଏଲ.କେ ଆଡଭାନୀ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଥିଲେ । ଏଲ.କେ ଆଡଭାନୀ ଜଣେ ନିଷ୍ଠାପର ତଥା ଦକ୍ଷ ନେତା ଭାବରେ ଜାଣନ୍ତି ସମସ୍ତେ । ଯିଏକି ତାଙ୍କର ଦୀର୍ଘ ରାଜନୈତିକ କ୍ୟାରିୟରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଛନ୍ତି । ଚଳିତ ବର୍ଷ କେନ୍ଦ୍ରରେ ବିଜେପି ସରକାର ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି












Click it and Unblock the Notifications