ନିର୍ବାଚନ ମଧ୍ୟରେ କଂଗ୍ରେସକୁ ଲାଗିଲା ବଡ଼ ଝଟକା, ବିଜେପିରେ ସାମିଲ ହେଲେ ଅରବିନ୍ଦର ସିଂହ ଲଭଲୀ

ନୂଆଦିଲ୍ଲୀ: କଂଗ୍ରେସ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେବା ପରେ ଅରବିନ୍ଦ ସିଂ ଲଭଲି ଶନିବାର ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ତାଙ୍କ ସହ ନାସିବ ସିଂ ନୀରଜ ବାସୋୟା ଏବଂ ରାଜକୁମାର ଚୌହାନ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ସେ ଦ୍ୱିତୀୟ ଥର ପାଇଁ ବିଜେପିରେ ଯୋଗ ଦେଇଛନ୍ତି ।

ଏହାପୂର୍ବରୁ ସେ ୨୦୧୭ ରେ କଂଗ୍ରେସ ଛାଡି ଥିଲେ ଆଉ ବର୍ଷେ ମଧ୍ୟରେ ୨୦୧୮ ରେ ପୁଣି କଂଗ୍ରେସକୁ ଫେରିଥିଲେ । ଆଉ ପୁଣି ଏବେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ହୋଇଛନ୍ତି ସାମିଲ । ଦିଲ୍ଲୀରେ କଂଗ୍ରେସ ଆପ୍ ସହ ମେଣ୍ଟ କରିବାରୁ ସେ ଅସନ୍ତୋଷ ବ୍ୟକ୍ତ କରି ଦଳ ଛାଡ଼ିଥିଲେ । ଏବଂ ଅନ୍ୟ କେଉଁ ଦଳରେ ଯୋଗ ଦେବେ ନାହିଁ ବୋଲି କହିଥିଲେ ।

Arvinder Singh Lovely join BJP

ହେଲେ ଆଜି ବିଜେପି ଗଡରେ ପ୍ରବେଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚଦେବା ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡ଼େଙ୍କ ଉପସ୍ଥିତିରେ ଲଭଲୀ ବିଜେପିରେ ସାମିଲ୍ ହୋଇଛନ୍ତି । ଲଭଲୀଙ୍କ ସମେତ ପୂର୍ବତନ କଂଗ୍ରେସ ବିଧାୟକ ରାଜ କୁମାର ଚୌହ୍ୱାନ, ନସୀବ ସିଂହ, ନୀରଜ ବସୋୟା ଏବଂ ପୂର୍ବତନ ଯୁବ କଂଗ୍ରେସ ଅଧ୍ୟକ୍ଷ ଅମିତ ମଲ୍ଲିକ ମଧ୍‌ଯ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ମୁଖ୍ୟଳୟରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+