ଆପ୍ କଲା ବଡ଼ ଘୋଷଣା, ଇଏ ହେବେ ବିରୋଧୀଦଳ ନେତା
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ରବିବାର (୨୩ ଫେବୃଆରୀ) ଆମ ଆଦମୀ ପାର୍ଟି (AAP) ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କାଲକାଜି ବିଧାୟିକା ଆତିଶୀ ବିରୋଧୀ ଦଳ ନେତା ହେବେ। ଏହା ଦିଲ୍ଲୀ ଆପ ପ୍ରଭାରୀ ଏବଂ ବାବରପୁର ବିଧାୟକ ଗୋପାଳ ରାୟ ଘୋଷଣା କରିଛନ୍ତି।
ଗୋପାଳ ରାୟ କହିଛନ୍ତି ଯେ ବୈଠକରେ ଆତିଶୀଙ୍କୁ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରାଯାଇଛି। ଏହା ବ୍ୟତୀତ ବିଧାନସଭା ଅଧିବେଶନର କାର୍ଯ୍ୟସୂଚୀ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଆପ ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ଦଳର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସମେତ ବହୁ ବରିଷ୍ଠ ଦଳର ନେତା ଯୋଗ ଦେଇଥିଲେ।

ବୈଠକରେ ଆତିଶୀ, ଜରନେଲ ସିଂହ, ସଞ୍ଜୀବ ଝା, ବୀର ସିଂହ ଧିଙ୍ଗାନ ଏବଂ ପ୍ରବେଶ ରତନଙ୍କ ସମେତ ଅନ୍ୟ ଅନେକ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ।












Click it and Unblock the Notifications