ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପରଲୋକ

ଆସାମର ପୂର୍ବଚନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କର ପରଲୋକ ହୋଇଛି ।

ଗୌହାଟି : ଆସାମର ପୂର୍ବଚନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କର ପରଲୋକ ହୋଇଛି । ମତ୍ୟୁ ବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା । କିଛିଦିନ ତଳେ ଅସୁସ୍ଥତା କାରଣରୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗୋଗୋଇଙ୍କର ସ୍ୱାସ୍ଥ୍ଯାବସ୍ଥା ଆଜି ସକାଳେ ଗମ୍ଭୀର ହେବାରୁ ତାଙ୍କୁ ଲାଇଫ୍ ସପୋର୍ଟରେ ରଖାଯାଇଥିବା ତାହ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ । ତେବେ ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା । ଗୋଗୋଇଙ୍କର ମୃତ୍ୟୁ ନେଇ ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତା ବିଶ୍ୱକର୍ମା ସୂଚନା ଦେଇଛନ୍ତି ।

ତରୁଣ ଗୋଗୋଇ

ଏଠାରେ କହି ରଖୁଛୁ ଯେ, ଗୋଗୋଇ 2011ରୁ 2016 ପର୍ଯ୍ୟନ୍ତ ଆସାମର ମୁଖ୍ୟମନ୍ତ୍ରୀ ରହିଥିଲେ । ସେ ଜାତୀୟ କଂଗ୍ରେସର ବରିଷ୍ଠ କର୍ମକର୍ତ୍ତା ରହିଥିବା ବେଳେ ଆସାମର ଲଗାତାର ତିନି ଥର ମୁଖ୍ୟମନ୍ତ୍ରୀ ରହିଥିଲେ । ତେବେ ଗତକିଛି ଦିନ ତଳେ ସେ କୋଭିଡ୍ ସଂକ୍ରମଣର ଶିକାର ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱାସ୍ଥ୍ୟବସ୍ଥାରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସି ପାରିନଥିଲା । ଗୋଗୋଇ ପ୍ରଥମ ରାଜନୈତିକ ବ୍ୟକ୍ତି ଯିଏକି ଆସାମର ତିନି ଥର ମୁଖ୍ୟମନ୍ତ୍ରୀ ରହିଥିଲେ । ତାଙ୍କ ବିୟୋଗରେ ଅନେକ ନେତା ଶୋକବ୍ୟକ୍ତ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+