Get Updates
Get notified of breaking news, exclusive insights, and must-see stories!

ଝୁଲନ୍ତା ଅବସ୍ଥାରେ ୟେଦିୟୁରପ୍ପାଙ୍କ ନାତୁଣୀଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ନେଇ ସନ୍ଦେହ

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିଏସ ୟେଦିୟୁରପ୍ପାଙ୍କ ନାତୁଣୀଙ୍କ ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଘଟଣାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି ।

ବାଙ୍ଗାଲୋର: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିଏସ ୟେଦିୟୁରପ୍ପାଙ୍କ ନାତୁଣୀଙ୍କ ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଘଟଣାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି ।

BS Yediyurappa

ୟେଦିୟୁରପ୍ପାଙ୍କ ନାତୁଣୀ ସୌନ୍ଦର୍ଯ୍ୟାଙ୍କୁ 30 ବର୍ଷ ବୟସ । ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ବୋରିଙ୍ଗ ହସ୍ପିଟାଲକୁ ନିଆଯାଇଛି। ସୂଚନାନୁସାରେ, ସୌନ୍ଦର୍ଯ୍ୟାଙ୍କର ଏକ ଚାରି ମାସର ଶିଶୁ ମଧ୍ୟ ଅଛି । ଗର୍ଭାବସ୍ଥା ଦିନରୁ ସେ ବେସ୍ ଉଦାସ ଥିବା ଖବର ମଧ୍ୟ ରହିଛି । ସୌନ୍ଦର୍ଯ୍ୟା ବୃତ୍ତିରେ ଡାକ୍ତର ଥିଲେ ଏବଂ ବାଙ୍ଗାଲୋରରେ ଥିବା ତାଙ୍କ ଫ୍ଲାଟରେ ରହୁଥିଲେ।

ସୂଚନାନୁସାରେ, ସୌନ୍ଦର୍ଯ୍ୟାଙ୍କୁ ଝୁଲନ୍ତା ଅବସ୍ଥାରେ ଘରୁ ଉଦ୍ଧାର କରାଯିବା ପରେ ପରିବାର ଲୋକେ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ ନେଇଯାଇଥିଲେ। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା ଏବଂ ଡାକ୍ତରମାନେ ଅଧିକ କିଛି କରିପାରିନଥିଲେ ଏବଂ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ବିଏସ୍ ୟେଦିୟୁରପ୍ପାଙ୍କ କାର୍ଯ୍ୟାଳୟରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ସୌନ୍ଦର୍ଯ୍ୟାଙ୍କ ପୋଷ୍ଟମର୍ଟମ ବୋରିଙ୍ଗ ଏବଂ ଲେଡି କରଞ୍ଜନ୍ ହସ୍ପିଟାଲରେ କରାଯାଇଥିଲା। ସୌନ୍ଦର୍ଯ୍ୟା ୟେଦିରୁପ୍ପାଙ୍କ ସାନ ଝିଅ ପଦ୍ମଙ୍କ ଝିଅ ଥିଲେ ।

2019 ମସିହାରେ ଡ. ନୀରଜଙ୍କ ସହ ସୌନ୍ଦର୍ଯ୍ୟା ବିବାହ କରିଥିଲେ । ଶୁକ୍ରବାର ଦିନ ପ୍ରାୟ 10ଟା ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଘରର ଚାକର ସକାଳେ କାମ ପାଇଁ କବାଟ ବାଡେଇଥିଲେ । କିନ୍ତୁ ଭିତରୁ କୌଣସି ପ୍ରତିକ୍ରିୟା ନ ପାଇବା ପରେ ସେ ଡାକ୍ତର ନୀରଜଙ୍କୁ ଡାକିଥିଲେ। ଯେତେବେଳେ ନୀରଜ କବାଟ ଖୋଲିଲେ, ସୌନ୍ଦର୍ଯ୍ୟା ଫ୍ୟାନରେ ଝୁଲୁଥିବାର ଦେଖିବାକୁ ମିଳିଥିଲା ​। ଘଟଣାରେ ପୋଲିସ ଆତ୍ମହତ୍ୟା ମାମଲା ରୁଜୁ କରିଛି । ଏପର୍ଯ୍ୟନ୍ତ ସୌନ୍ଦର୍ଯ୍ୟାଙ୍କ ଦ୍ୱାରା ଲିଖିତ କୌଣସି ସୁଇସାଇଡ୍ ନୋଟ ଉଦ୍ଧାର କରାଯାଇ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+