ଆଜି ପଦ୍ମ ଧରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ
କଂଗ୍ରେସ ଦଳ ଛାଡିବାର ଗୋଟିଏ ଦିନ ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଆଜି ବିଜେପିରେ ଯୋଗଦେବାକୁ ଯାଉଛନ୍ତି । ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଚନ୍ଦ୍ରକାନ୍ତ ବାୱାନକୁଲେଙ୍କ ସମ୍ମୁଖରେ ମଧ୍ୟାହ୍ନ ପ୍ରାୟ 12 ଟା ସମୟରେ ମୁମ୍ବାଇ ବିଜେପି କାର୍ଯ୍ୟାଳୟରେ ଦଳରେ ଯୋଗଦେବେ। ବିଜେପିରେ ଯୋଗଦେବାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସୋମବାର ଦିନ କଂଗ୍ରେସ ଏବଂ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ମଧ୍ୟ ଦଳର ପ୍ରାଥମିକ ସଦସ୍ୟ ଭାବରେ ଇସ୍ତଫା ପତ୍ର ରାଜ୍ୟ କଂଗ୍ରେସ ସଭାପତି ନାନା ପାଟୋଲଙ୍କ ନିକଟକୁ ପଠାଇଥିଲେ। ଇସ୍ତଫା ପରେ ଚୌହାନ କହିଥିଲେ ଯେ ସେ ଏପର୍ଯ୍ୟନ୍ତ ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇ ନାହାଁନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଅଶୋକ ଚୌହାନ ଏବଂ ଅମର ରାଜୁରକର ଆଜି ବିଜେପିରେ ଯୋଗଦେବେ। ତାଙ୍କ ସହ ଅନ୍ୟାନ୍ୟ ନେତାଙ୍କ ମଧ୍ୟ ବିଜେପିରେ ଯୋଗଦେବାର ଖବର ରହିଛି। ଅଶୋକ ଚୌହାନଙ୍କ ବିଜେପିରେ ଯୋଗଦେବାର କାରଣ ମଧ୍ୟ ସାମ୍ନାକୁ ଆସିଛି ଏବଂ କୁହାଯାଉଛି ଯେ ଚୌହାନ ରାଜ୍ୟସଭା ପ୍ରାର୍ଥୀ ହୋଇପାରନ୍ତି।












Click it and Unblock the Notifications