ହସ୍ପିଟାଲରେ ଭର୍ତ୍ତି ହେଲେ ଲାଲୁଙ୍କ ପୁଅ ତେଜ ପ୍ରତାପ, ଜାଣନ୍ତୁ କାରଣ...

ପାଟନା: ବିହାରର ପୂର୍ବତନ ମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛାତିରେ ଯନ୍ତ୍ରଣା ଅନୁଭବ ହେଉଥିବା କହିଥିଲେ , ଏହା ପରେ ତାଙ୍କୁ ତୁରନ୍ତ ପାଟଣାର ରାଜେନ୍ଦ୍ର ନାଗରରେ ଅବସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ପରିବାର ଲୋକେ । ଡାକ୍ତର ଟିମ୍ ତେଜ ପ୍ରତାପଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି । ତାଙ୍କର କିଛି ଫଟୋ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ସେ ଅକ୍ସିଜେନ ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି ।

ସୂଚନାନୁସାରେ, ତେଜ ପ୍ରତାପ ତାଙ୍କ ଘରେ ଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହୋଇଥିଲା । ଏନେଇ ପରିବାର ଲୋକେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବିଭିନ୍ନ ପରୀକ୍ଷା କରାଯିବା ପରେ ଏବେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି । ଗୁରୁବାର ଦିନ ତେଜ ପ୍ରତାପ ଯାଦବ ବକ୍ସାର ଜିଲ୍ଲା ଗସ୍ତରେ ଯାଇ ସେଠାରେ ଶ୍ରମିକମାନଙ୍କୁ ଭେଟିଥିଲେ ଏବଂ ତା'ପରେ କୃଷ୍ଣବ୍ରହ୍ମସ୍ଥିତ ଜିଆନ ବିନ୍ଦୁ ପାଠାଗାରର ଉଦଘାଟନ କରିଥିଲେ ।

Tej Pratap Yadav

ଏହାପୂର୍ବରୁ ଜୁଲାଇ ୨୦୨୩ ରେ ତେଜ ପ୍ରତାପ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ତା'ପରେ ତାଙ୍କୁ ପାଟଣାର କଙ୍କାରବାଗସ୍ଥିତ ମେଡିଭର୍ସାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଛି ସମୟ ପାଇଁ ଆଇସିୟୁରେ ଚିକିତ୍ସିତ ହେବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+