ଦେଶର ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ କରୋନାରେ ଦେହାନ୍ତ
ଦେଶର ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 91 ବର୍ଷ ବୟସ ହୋଇଥିଲା।
ନୂଆଦିଲ୍ଲୀ: ଦେଶର ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 91 ବର୍ଷ ବୟସ ହୋଇଥିଲା। ସେ ଗତ କିଛି ଦିନ ହେବ କରୋନାରେ ସଂକ୍ରମିତ ହୋଇଥିଲେ। ସୋଲି ସୋରାବଜୀ ପୂର୍ବରୁ 1989 ରୁ 1990 ପର୍ଯ୍ୟନ୍ତ ଆଟର୍ଣ୍ଣି ଜେନେରାଲ ଏବଂ ପରେ 1998 ରୁ 2004 ପର୍ଯ୍ୟନ୍ତ ସେ ପୁଣି ଥରେ ଏହି ପଦବୀରେ ଥିଲେ।

ସୋଲି ସୋରୋବାଜୀ 1930 ମସିହାରେ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ । ଯେତେବେଳେ ରାମ ଜେଥମାଲାନି ଦେଶର ଆଇନ ମନ୍ତ୍ରୀ ଥିଲେ ସେତେବେଳେ ସୋଲି ସୋରାବଜୀ ଆଟର୍ଣ୍ଣି ଜେନେରାଲ ଥିଲେ। ସୋରାବଜୀ ୧୯୫୩ ମସିହାରେ ବମ୍ବେ ହାଇକୋର୍ଟରେ ଓକିଲାତି ପ୍ରାକ୍ଟିସ କରିଥିଲେ। ତା'ପରେ ୧୯୭୧ ମସିହାରେ ସୋରାବଜୀ ସୁପ୍ରିମକୋର୍ଟର ସିନିଅର କାଉନସେଲ ହୋଇଥିଲେ। ଏହା ପରେ ସେ ଦୁଇଥର ଦେଶର ଆଟର୍ଣ୍ଣି ଜେନେରାଲ ହୋଇଥିଲେ।
କେତେକ ଆଇନଗତ ପ୍ରସଙ୍ଗରେ, ରାମ ଜେଥମାଲାନି ଏବଂ ତତ୍କାଳୀନ ପ୍ରଧାନ ବିଚାରପତି ଏସ୍ ଆନନ୍ଦଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ମାମଲା ଏତେ ବଗିଡି ଗଲା ଯେ ନ୍ୟାୟପାଳିକା ଏବଂ କାର୍ଯ୍ୟନିର୍ବାହୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଲା। ଏହି ମୁକାବିଲାକୁ ରୋକିବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜସୱନ୍ତ ସିଂଙ୍କୁ ଡାକି ଜେଟମଲାନୀଙ୍କ ଇସ୍ତଫା ଦାବି କରିଥିଲେ। ଜେଥମାଲାନି ମଧ୍ୟ ତୁରନ୍ତ ଇସ୍ତଫା ଦେଇଥିଲେ ।
ସୋଲି ସୋରାବଜୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସୋରାବଜୀ ଜଣେ ବିଦ୍ୱାନ ଲୋକ ସହିତ ବୁଦ୍ଧିଜୀବୀ ଥିଲେ। ଆଇନ ଜରିଆରେ ଅନେକ ଗରିବ ଲୋକଙ୍କୁ ସେ ସାହାଯ୍ୟ କରିଥିଲେ। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟକାଳାପ ପାଇଁ ସେ ଭାରତର ଆଟର୍ଣ୍ଣି ଜେନେରାଲ୍ ଭାବରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ।












Click it and Unblock the Notifications