ଅଡୁଆରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ଜଗନଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ
ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଔଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ନାଁରେ 'ହତ୍ୟା ଉଦ୍ୟମ' ମାମଲା ରୁଜୁ ହୋଇଛି । ଟିଡିପି ବିଧାୟକଙ୍କ ଅଭିଯୋଗ ପରେ ପୋଲିସ ଜଗନ ମୋହନ ରେଡ୍ଡୀ ଏବଂ ୨ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଶାସକ ଦଳର ଉଣ୍ଡି ବିଧାୟକ କେ ରଘୁରାମ କୃଷ୍ଣ ରାଜୁ ଏହି ଅଭିଯୋଗ କରିଛନ୍ତି ।
ଜଗନ୍ ମୋହନ ରେଡ୍ଡୀଙ୍କ ବ୍ୟତୀତ ବରିଷ୍ଠ ଆଇପିଏସ୍ ଅଧିକାରୀ ପିଭି ସୁନୀଲ କୁମାର ଓ ପିଏସଆର୍ ସୀତାରାମଞ୍ଜାନେଇଲୁ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ଆର ବିଜୟ ପାଲ ଏବଂ ଗୁଣ୍ଟୁର ସରକାରୀ ଜେନେରାଲ ହସ୍ପିଟାଲ ଅଧୀକ୍ଷକ ଜି ପ୍ରଭାବତିଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି ।

ବିଧାୟକ ଆରଆରଆର ହତ୍ୟା ଉଦ୍ୟମ, ହେପାଜତରେ ରଖି ନିର୍ଯାତନା ଦେବା ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ଅଭିଯୋଗ ୨ ଆଇପିଏସ ଓ ଜଗନ ମୋହନଙ୍କ ବିରୋଧରେ ଆଣିଛନ୍ତି । ଜଗନଙ୍କ ଶାସନ ସମୟରେ ଆରଆରଆରଙ୍କୁ ପୁଲିସ୍ ଅଟକ ରଖି ଶାରୀରିକ ଭାବେ ନିର୍ଯାତନା ଦେଇଥିଲା ।
ତାଙ୍କୁ ଥାନା ହାଜତରେ ମାଡ଼ ମରାଯିବା ସହ ଛାତିରେ ବସି ଅଣନିଃଶ୍ୱାସୀ କରିଦିଆଯାଇଥିଲା । ଏବେ ଟିଡିପି କ୍ଷମତାକୁ ଆସିବା ପରେ ଆରଆରଆର ପୁଲିସ୍ରେ ଏନେଇ ଅଭିଯୋଗ କରିଥିଲେ । ଏହାପରେ ପୁଲିସ୍ ୧୨୦ବି, ୧୬୬, ୧୬୭, ୧୯୭, ୩୦୭, ୩୨୬, ୪୬୫, ୫୦୬ ଭଳି ଦଫାରେ ମାମଲା ରୁଜୁ କରିଛି ।












Click it and Unblock the Notifications