୨୫୦ କୋଟି ଦୁର୍ନୀତି ମାମଲା: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ
Chandrababu Naidu Arrested: ୨୫୦ କୋଟି ଦୁର୍ନୀତି ମାମଲା । ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟି ସଭାପତି ଏନ.ଚନ୍ଦ୍ରବାବୁ ନାଇଡୁ ଗିରଫ । ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମରେ ଦୁର୍ନୀତି ଅଭିଯୋଗରେ ଆଜି ଭୋରୁ ତାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ରହିଛି । ଗିରଫା କରାଯିବା ପରେ ପ୍ରଥମେ ତାଙ୍କୁ ଏୟାରସିଫ୍ଟ କରି ନନ୍ଧାଲ ଡାକ୍ତରଖାନା ନିଆଯାଇଥିଲା । ଏହା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ।

ସୂଚନା ଅନୁସାରେ, ରାତି ପାଖାପାଖି ୩ଟା ବେଳେ ତାଙ୍କୁ ଗିରଫ କରିବା ପାଇଁ ସିଆଇଡି ଟିମ୍ ପହଞ୍ଚିଥିଲା । ନାନ୍ଦିଆଲରେ ରାଲି କରିବା ପରେ ରାତିରେ ସେଠାରେ ରହିଥିଲେ ଚନ୍ଦ୍ରବାବୁ ନାଇଡୁ । ତାଙ୍କୁ ଗିରଫ କରିବା ବେଳେ ତାଙ୍କ ସମର୍ଥକ ବିରୋଧ କରିଥିଲେ । ଘଟଣାସ୍ଥଳରେ ପ୍ରବଳ ହଙ୍ଗାମା ହୋଇଥିଲା । ଫଳରେ ସକାଳ ପ୍ରାୟ ୬ ବେଳେ ତାଙ୍କୁ ଗିରଫ କରାଯାଇଥିଲା ।
ସ୍କିଲ ଡେଭଲପମେଣ୍ଚ ଦୁର୍ନୀତିକୁ ମାମଲାକୁ ନେଇ ୨0୨୧ରେ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଛି । ସେହିପରି ଏହି ମାମଲାରେ ବର୍ତ୍ତମାନ ଅନ୍ୟ ୮ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଆଜି ଚନ୍ଦ୍ରବାବୁ ନାଇଡୁଙ୍କୁ କୋର୍ଟରେ ହାଜର କରାଯିବା ନେଇ ସୂଚନା ରହିଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications