ବିଜେପିରେ ମିଶିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଶୁକ୍ରବାର ଦିନ ବିଜେପିରେ ଯୋଗ ଦେଇଛନ୍ତି । ସେ ଦଳର ସଭାପତି ମଲ୍ଲିକାର୍ଜୁନ ଖାଡଗେଙ୍କୁ ଇସ୍ତଫା ପତ୍ର ପଠାଇବାର ଏକ ସପ୍ତାହ ପରେ ବିଜେପିରେ ଯୋଗ ଦେଇଛନ୍ତି । ଆଜି ନୂଆଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ସେ ଦଳରେ ମିଶିଛନ୍ତି । ତେବେ ଖବର ଏହା ମଧ୍ୟ ରହିଛି ଯେ କିରଣ କୁମାରଙ୍କୁ ରାଜ୍ୟ କିମ୍ବା ଦେଶରେ ଏକ ଗୁରୁ୍ତ୍ୱପୂର୍ଣ୍ଣ ପଦ ଦିଆଯାଇପାରେ ।
ମାର୍ଚ୍ଚ ୧୧ରେ ସେ କଂଗ୍ରେସ ସଭାପତିଙ୍କୁ ଚେଠି ଲେଖି ତାଙ୍କ ଇସ୍ତଫା ଗ୍ରହଣ କରାଯାଉ ବୋଲି ଅନୁରୋଧ କରିଥିଲେ । ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଉପସ୍ଥିତିରେ କିରଣ ରେଡ୍ଡୀ ବିଜେପି ସଦସ୍ୟତା ଗ୍ରହଣ କରିଥିଲେ । ବିଜେପିରେ ଯୋଗଦେବା ପରେ ସେ କହିଛନ୍ତି, 'ମୁଁ କଳ୍ପନା କରି ନ ଥିଲି ଯେ ମୁଁ କଂଗ୍ରେସ ଦଳ ଛାଡ଼ିବି କିନ୍ତୁ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ମୁଁ ଛାଡ଼ିବାକୁ ବାଧ୍ୟ ହୋଇଛି'।

୨ ଜୁନ୍ ୨୦୧୪ରେ ତେଲେଙ୍ଗାନା ରାଜ୍ୟ ଗଠନ ପୂର୍ବରୁ କିରଣ କୁମାର ରେଡ୍ଡୀ ଅବିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ। ସେ ଅବିଭାଜିତ ଆନ୍ଧ୍ରପ୍ରଦେଶରେ ବିଧାନସଭା ସଦସ୍ୟ ଭାବରେ ଚାରିଥର କାର୍ଯ୍ୟ କରିଥିଲେ। ସେ ବିଭାଜନ ବିଲକୁ ବିରୋଧ କରି ନିଜ ପଦରୁ ଇସ୍ତଫା ଦେଇଥିଲେ ଏବଂ କିଛି ସମୟ ପାଇଁ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟମନ୍ତ୍ରୀ ରହିଥିଲେ। ୧୦ ମାର୍ଚ୍ଚ ୨୦୧୪ରେ, ସେ ତାଙ୍କର ନୂତନ ରାଜନୈତିକ ଦଳ 'ଜୟା ସାମିକ୍ୟ ଆନ୍ଧ୍ର' ଗଠନ କରିଥିଲେ । ଜୁଲାଇ ୧୩,୨୦୧୮ ରେ ଦଳ ବିଲୋପ ହୋଇଥିଲା ଏବଂ ରେଡ୍ଡୀ ପୁଣି କଂଗ୍ରେସରେ ଯୋଗ ଦେଇଥିଲେ ।












Click it and Unblock the Notifications