IRS ଜ୍ୱାଇଁଙ୍କୁ କୋର୍ଟ ଭିତରେ ହତ୍ୟା କଲେ ପୂର୍ବତନ AIG ଶ଼୍ବଶୁର
ଚଣ୍ଡିଗଡ଼ : ଶନିବାର ଚଣ୍ଡିଗଡ଼ ଜିଲ୍ଲା କୋର୍ଟରେ ଏକ ଭୟଙ୍କର ଘଟଣା ଘଟିଯାଇଛି । କୋର୍ଟ ଭିତରେ ପଞ୍ଜାବ ପୁଲିସର ପୂର୍ବତନ ଏଆଇଜି ଆଇଆରଏସ୍ ଅଧିକାରୀଙ୍କୁ ଗଳିକରି କରିଛନ୍ତି ହତ୍ୟା । ଏହି ଘଟଣା ଘଟିବା ପରେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାନୁସାରେ ଏକ ଘରୋଇ ବିବାଦର ସମାଧାନ ସମୟରେ ଜଣେ ନିଲମ୍ବିତ ଏଆଇଜି ତାଙ୍କ ଆଇଆରଏସ(ଭାରତୀୟ ରାଜସ୍ୱ ସେବା) ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।
ଦୁଇ ପରିବାର ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ଲାଗି ରହିଥିଲା । ଏହାର ସମାଧାନ ଲାଗି ଦୁଇ ପରିବାର ଚଣ୍ଡୀଗଡ଼ର ପରିବାର ଅଦାଲତକୁ ଆସିଥିଲେ । ଆଲୋଚନା ଚାଲିଥିବା ବେଳେ ଅଭିଯୁକ୍ତ ନିଲମ୍ବିତ ଏଆଇଜି ମଳବିନ୍ଦର ସିଂହ ସିଦ୍ଧୁ ବାଥରୁମ ଯିବାକୁ କହିଥିଲେ । ଏହା ପରେ ତାଙ୍କ ଜ୍ୱାଇଁ ତାଙ୍କୁ ବାଥରୁମ ଯିବାକୁ ରାସ୍ତା ଦେଖାଇଦେବା ଲାଗି କହି ବାହାରକୁ ଆସିଥିଲେ ।

ଦୁଇ ଜଣ ଯାକ ବାହାରକୁ ଆସିବା ପରେ ମଲବିନ୍ଦର ନିଜ ବନ୍ଧୁକରୁ ତାଙ୍କ ଜ୍ୱାଇଁଙ୍କୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ । ସେଥିରୁ ୨ଟି ଗୁଳି ଜ୍ୱାଇଁଙ୍କ ଦେହରେ ବାଜିଥିଲା । ଗୁଳି ଶବ୍ଦ ଶୁଣି କୋର୍ଟରେ ଏକ ପ୍ରକାର ଆତଙ୍କ ଖେଳିଯାଇଥିଲା । ଘଟଣାସ୍ଥଳରେ ଥିବା ଓକିଲ ଅଭିଯୁକ୍ତକୁ କାବୁକରି ଏକ ରୁମ୍ରେ ବନ୍ଦ କରିଦେଇଥିଲେ ଏବଂ ପୋଲିସ୍କୁ ସୂଚନା ଦେଇଥିଲେ । ତେବେ ଏହି ଘଟଣାରେ ଜ଼୍ବାଇଁଙ୍କୁ ହସ୍ପିଟାଲ୍ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅଭିଯୁକ୍ତ ଏଆଇଜିକୁ ପୋଲିସ ଗିରଫ କରିଛି ।












Click it and Unblock the Notifications