ପୁଣି ଶ୍ରୀମନ୍ଦିର ଭିତରେ ପଶିଲେ ବିଦେଶୀ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ପୁରୀ: ଶ୍ରୀମନ୍ଦିରରେ ପୁଣି ପ୍ରବେଶ କଲେ ବିଦେଶୀ ପର୍ଯ୍ୟଟକ । ବେହରଣ ଦ୍ୱାର ନିକଟରୁ ବିଦେଶୀ ନାଗରିକଙ୍କୁ ଧରି ସିଂହଦ୍ୱାର ଥାନାକୁ ନେଇଛି ପୋଲିସ । ଅଟକ ବ୍ୟକ୍ତି ଜଣକ ୟୁକେର ହୋଇଥିବା ଜଣାପଡ଼ିଛି । ଶ୍ରୀମନ୍ଦିର ବାହାରେ ଏବେ ପୋଲିସ, ଜେଟିପି ଏବଂ ଓଏସଏପି ମୁତୟନ ହେବା ପରେ ମଧ୍ୟ ବିଦେଶୀ ଜଣକ ଶ୍ରୀମନ୍ଦିରରେ ପ୍ରବେଶ କରିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି ।

ଗୋଟିଏ ମାସ ଭିତରେ ଦୁଇଦୁଇ ଜଣ ବିଦେଶୀ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବାରୁ ସୁରକ୍ଷାକର୍ମୀଙ୍କ ଅବହେଳା ଏବେ ପଦାରେ ପଡିଛି । ଯାହାକୁ ନେଇ ପୁରୀ ପୋଲିସର ପାରିବାପଣ ଳିଆ ସହ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି । ତେବେ ଶ୍ରୀମନ୍ଦିରରେ ବିଦେଶୀ ନାଗରିକ ଓ ଅଣହିନ୍ଦୁଙ୍କ ପ୍ରବେଶ ନୂଆ ଘଟଣା ନୁହେଁ । ଚଳିତ ମାସ ୩ ତାରିଖରେ ୯ ଜଣ ବାଂଲାଦେଶୀ ଶ୍ରୀମନ୍ଦିର ପରିସରରେ ଦେଖାଯାଇଥିଲେ ।

foreign tourist entre in shree mandir

ସେମାନଙ୍କ ମଧ୍ୟରୁ ଜଣେ ହିନ୍ଦୁ ଓ ୫ ଜଣ ଅଣହିନ୍ଦୁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ଅନ୍ୟ ୩ଜଣ ବାହାରେ ବୁଲାବୁଲି କରୁଥିଲେ । ଶ୍ରୀମନ୍ଦିର ପ୍ରବେଶ କରିଥିବା ୬ଜଣଙ୍କୁ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ କର୍ମୀ ଧରି ସିଂହଦ୍ୱାର ପୁଲିସ ଜିମାରେ ଦେଇଥିଲେ । ପୁଲିସ ସମସ୍ତ ୯ଜଣଙ୍କୁ ଅଟକ ରଖି ପଚରାଉଚୁରା କରି ପରେ ଛାଡ଼ି ଦେଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+