ଅପରେସନ୍ ସିନ୍ଦୂର ପରେ ବିଦେଶ ରାଷ୍ଟ୍ରରେ ବୃଦ୍ଧି ପାଇଛି ବ୍ରହ୍ମୋଶ କ୍ଷେପଣାସ୍ତ୍ରର ଚାହିଦା; ପ୍ରତିରକ୍ଷା ମନ୍ତ୍ରୀ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଅପରେସନ୍ ସିନ୍ଦୂର ସମୟରେ ବ୍ରହ୍ମୋଶ କ୍ଷେପଣାସ୍ତ୍ର ଉଲ୍ଲେଖନୀୟ କାର୍ଯ୍ୟ କରିଛି । ଅପରେସନ୍ ସିନ୍ଦୂର ପରେ ବିଦେଶ ରାଷ୍ଟ୍ରଗୁଡ଼ିକରେ ବ୍ରହ୍ମୋଶ କ୍ଷେପଣାସ୍ତ୍ରର ଚାହିଦା ବୃଦ୍ଧି ପାଇଛି । ନିଜ ସଂସଦୀୟ ନିର୍ବାଚନମଣ୍ଡଳୀ ଲକ୍ଷ୍ନୌକୁ ଦୁଇଦିନିଆ ଗସ୍ତର ଦ୍ୱିତୀୟ ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ସିଂହ କହିଛନ୍ତି, ଇତିମଧ୍ୟରେ ୧୪ଟି ରାଷ୍ଟ୍ର ବ୍ରହ୍ମୋଶ କ୍ଷେପଣାସ୍ତ୍ର କ୍ରୟ ନିମନ୍ତେ ଭାରତକୁ ପ୍ରସ୍ତାବ ଦେଇଛନ୍ତି । ଲକ୍ଷ୍ନୌରୁ ଏହି କ୍ଷେପଣାସ୍ତ୍ରକୁ ବିଦେଶକୁ ରସ୍ତାନୀ କରାଯିବ ବୋଲି ସେ କହିଛନ୍ତି । ଫଳରେ ଉତ୍ତର ପ୍ରଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଏହା ସହାୟକ ହେବ ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାରକୁ ପ୍ରଶଂସା କରି ଶ୍ରୀ ସିଂହ କହିଛନ୍ତି, ଉତ୍ତର ପ୍ରଦେଶ ଏବେ ଆଇନଶୃଙ୍ଖଳା ପାଇଁ ସମଗ୍ର ଦେଶରେ ନିଜର ପରିଚୟ ସୃଷ୍ଟି କରିପାରିଛି । ଯୋଗୀ ଆଦିତ୍ୟନାଥଙ୍କ ସରକାର ରାଜ୍ୟର ବିକାଶ ଦିଗରେ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି । ସେହିପରି ଦେଶର ବିକାଶ କ୍ଷେତ୍ରରେ ମଧ୍ୟ ଉତ୍ତର ପ୍ରଦେଶର ଅବଦାନ ବୃଦ୍ଧି ପାଇଛି ବୋଲି ଶ୍ରୀ ସିଂହ କହିଛନ୍ତି ।












Click it and Unblock the Notifications