ବାଂଲାଦେଶ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ସଚିବ , ଜାଣନ୍ତୁ କାହିଁକି ?

ଡିସେମ୍ବର ୯ ତାରିଖରେ ଭାରତୀୟ ବୈଦେଶିକ ବ୍ୟାପାର ସଚିବ ବିକ୍ରମ ମିଶ୍ରୀ ବାଂଲାଦେଶ ଗସ୍ତ କରିବେ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୟସ୍ୱାଲ ସୂଚନା ଦେଇଛନ୍ତି।

Bangladesh

ଶେଖ ହସିନାଙ୍କ ସରକାରର ପତ୍ତନ ପରେ ଦୁଇ ଦେଶ ମଧ୍ୟରେ ଏହା ପ୍ରଥମ ଉଚ୍ଚସ୍ତରୀୟ କୂଟନୌତିକ ଆଲୋଚନା ହେବ। ଅଗଷ୍ଟ ୮ ତାରିଖରେ ମହମ୍ମଦ ୟୁସୁଫ ଅନ୍ତରୀଣ ସରକାରର ନେତୃତ୍ୱ ନେବା ପରେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ହିନ୍ଦୁ, ବୌଦ୍ଧ ଶିଖ ଇସାୟୀ ସମସ୍ତଙ୍କୁ ଆକ୍ରମଣ କରୁଛନ୍ତି ଇସ୍ଲାମିକ ଚରମପନ୍ଥୀ। ଯାହାକୁ ନେଇ ଭାରତ ବାଂଲାଦେଶର ସମ୍ପର୍କରେ ତିକ୍ତତା ବଢ଼ିଛି।

ଶ୍ରୀ ମିଶ୍ରୀଙ୍କ ବାଂଲାଦେଶ ଗସ୍ତ ନେଇ ରଣଧୀର ଜୈସ୍ୱାଲ କହିଛନ୍ତି "ବୈଦେଶିକ ସଚିବ ତାଙ୍କ ପ୍ରତିପକ୍ଷଙ୍କୁ ଭେଟିବେ ଏବଂ ଅନେକ ସଭାରେ ଅଂଶଗ୍ରହଣ କରିବେ। ଏହା ବାଂଲାଦେଶ ସହିତ ଆମର ସହଭାଗିତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆମେ ଆଲୋଚନାକୁ ଅପେକ୍ଷାରେ ଅଛୁ।"

ମିଶ୍ରୀଙ୍କ ଗସ୍ତରେ ଭାରତ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ସ୍ୱର ଉଠାଇପାରେ। ସମସ୍ତ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କହିପାରେ ବୋଲି ଅନୁମାନ କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+