ଏହି କାରଣ ପାଇଁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଗଙ୍ଗା ଆଳତି
ମହାକୁମ୍ଭରେ ଦଳାଚକଟା ଘଟଣା ପରେ ବାରାଣସୀର ଦଶାଶ୍ବମେଧ ସମେତ ବିଭିନ୍ନ ଘାଟରେ ଅନୁଷ୍ଠିତ ହେଉଥିବା ଗଙ୍ଗା ଆଳତି କାର୍ଯ୍ୟକ୍ରମକୁ ଆସନ୍ତା ୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଗଙ୍ଗା ଆଳତି ଦେଖିବାରୁ ପ୍ରତ୍ୟହ ସନ୍ଧ୍ୟାରେ ଗଙ୍ଗାକୂଳରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥାଏ। ତେଣୁ ଦଳାଚକଟା ସ୍ଥିତି ଏଡାଇବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ବାରାଣସୀ ପୁଲିସ କମିସନର କହିଛନ୍ତି। ପ୍ରଶାସନକୁ ଏହି ପ୍ରସଙ୍ଗରେ ସହଯୋଗ କରିବାକୁ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରାଯାଇଛି।













Click it and Unblock the Notifications