ମାଓ ମୁକାବିଲା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅଧ୍ୟକ୍ଷତାରେ ବସିବ ବଡ ବୈଠକ, ସାମିଲ ହେଲେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ

ମାଓ ମୁକାବିଲା ନେଇ ଦିଲ୍ଲୀରେ ସମୀକ୍ଷା ବୈଠକ । ସୋମବାର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ ଏହି ମିଟିଂ ବସିବ । ଏଥିରେ ୮ଟି ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସାମିଲ୍ ହେବେ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି ।

amit shaha

ବୈଠକରେ ବିଭିନ୍ନ ରାଜ୍ୟରେ ଚାଲିଥିବା ନକ୍ସଲ ଦମନ ଅଭିଯାନ ଓ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହେବ । ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏହି ବୈଠକରେ ଯୋଗଦେବେ ।

ସେହିଭଳି ବୈଠକରେ ୫ କେନ୍ଦ୍ରମନ୍ତ୍ରୀ, ଡେପୁଟି ଏନ୍‌ଏସ୍‌ଏ, କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ବୈଠକ ପୂର୍ବରୁ ଆଜି ଶାହ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ମାଓ ମୁକାବିଲା ନେଇ ଆଲୋଚନା କରିଛନ୍ତି । ଛତିଶଗଡରେ ସୁରକ୍ଷା ବାହିନୀ ଗୁଳିରେ ୩୬ ଜଣ ମାଓବାଦୀ ନିହତ ହେବା ଘଟଣାକୁ ନେଇ ଶାହ ଏହି ଅପରେସନରେ ସାମିଲ ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ବାହିନୀର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+