Get Updates
Get notified of breaking news, exclusive insights, and must-see stories!

ବଜେଟ୍ 2024 ର ସର୍ବଶେଷ ଅପଡେଟ୍ ପାଇଁ ଡେଲିହଣ୍ଟ ସହ ଯୋଡ଼ି ହୁଅନ୍ତୁ

ଆଜିଠାରୁ ଆରମ୍ଭ ହୋଇଯାଇଛି ସଂସଦର ବଜେଟ୍ ଅଧିବେଶନ । 17ଶ ଲୋକସଭାର ଏହା ହେଉଛି ଶେଷ ଅଧିବେଶନ । ଏହି ଅଧିବେଶନ ଫେବୃଆରୀ 9 ତାରିଖ ପର୍ଯ୍ୟନ୍ତ ଚାଲିବ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ ଅଧିବେଶନକୁ ସମ୍ବୋଧନ କରିବେ । ଏହା ପରେ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2024-25 ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ । ଆସନ୍ତା ଏପ୍ରିଲ ଓ ମେ ମାସରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବାରୁ ସରକାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ।

budget

ନିର୍ବାଚନ ପରେ ନୂଆ ସରକାର ପୂର୍ଣ୍ଣକାଳୀନ ବଜେଟ୍ ଉପସ୍ଥାପନ କରିବେ । ବଜେଟ୍ ଉପସ୍ଥାପନ ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯିବ । ବଜେଟ୍ ଅଧିବେଶନ କାଳରେ ବିରୋଧୀଙ୍କ ପକ୍ଷରୁ ମୁଦ୍ରାସ୍ଫୀତି, ବେରୋଜଗାର, କୃଷକଙ୍କ ସମସ୍ୟା, ମଣିପୁର ହିଂସା, ତଦନ୍ତକାରୀ ଏଜେନ୍ସିର ଦୁରୁପଯୋଗ ଭଳି ପ୍ରସଙ୍ଗ ଉପସ୍ଥାପନ ହେବ ।

ଭାରତୀୟ ଅର୍ଥନୀତି ଏବଂ ଆର୍ଥିକ କ୍ୟାଲେଣ୍ଡରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବହୁ ପ୍ରତୀକ୍ଷିତ ବାର୍ଷିକ କାର୍ଯ୍ୟକ୍ରମ । ଚଳିତ ବର୍ଷ ଏହାର ଗୁରୁତ୍ୱ ବହୁଗୁଣିତ ହୋଇଛି କାରଣ 2024 ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଶେଷ ବଜେଟ୍ ।

ବର୍ଷ ବର୍ଷ ଧରି ଡେଲିହଣ୍ଟ ଆପଣଙ୍କୁ ବଜେଟ୍ ଲାଇଭ ଅପଡେଟ୍ ଦେଇ ଆସୁଛି । ଚଳିତ ବର୍ଷ ମଧ୍ୟ ସମାନ ଭାବେ ଲାଇଭ୍ ଅପଡେଟ୍ ଦେବାକୁ ଡେଲିହଣ୍ଟ ଉଦ୍ୟମ କରିବ ।

Dailyhunt ଆପଣଙ୍କୁ ରିଅଲ୍-ଟାଇମ୍ ଅପଡେଟ୍, ଟିକିନିଖ୍ ଖବର, ଫଟୋ ଏବଂ ବଜେଟର ବିଶ୍ଳେଷଣ ଦେବ । ବଜେଟର LIVE ଅପଡେଟ୍ ପାଇଁ Dailyhunt ସହ ଯୋଡ଼ି ହୋଇ ରୁହନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+