କେନ୍ଦ୍ର ବଜେଟର ଲାଟେଷ୍ଟ୍ ଓ ଲାଇଭ ଅପଡେଟ୍ ପାଇଁ ଯୋଡି ହୁଅନ୍ତୁ ଡେଲିହଣ୍ଟ ସହ
କେନ୍ଦ୍ର ବଜେଟ 2021-22 ପ୍ରତିଟି ଅପଡେଟ ପାଇଁ ଡେଲିହଣ୍ଟ (Dailyhunt) ସହ ଯୋଡି ହୋଇ ରୁହନ୍ତୁ ।
ଆସନ୍ତାକାଲି ଉପସ୍ଥାପନା ହେବାକୁ ଯାଉଛି ବହୁ ପ୍ରତିକ୍ଷିତ କେନ୍ଦ୍ର ବଜେଟ 2021-22 । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଏହି ବଜେଟ ଉସ୍ଥାପନା କରିବେ । ମହାମାରୀ ମଧ୍ୟରେ କେନ୍ଦ୍ର ବଜେଟ 2021 ବର୍ଷର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଖବର ଭାବେ ପରିଗଣିତ ହେଉଛି । ତେବେ କେନ୍ଦ୍ର ବଜେଟ 2021-22 ପ୍ରତିଟି ଅପଡେଟ ପାଇଁ ଡେଲିହଣ୍ଟ (Dailyhunt) ସହ ଯୋଡି ହୋଇ ରୁହନ୍ତୁ ।
ଶୁକ୍ରବାର ଆରମ୍ଭ ହୋଇଥିବା ବଜେଟ ଅଧିବେସନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହି ବଜେଟ୍ ଅଧିବେଶନ ଚଳିତ ଦଶନ୍ଧିର ପ୍ରଥମ ଅଧିବେଶନ ହୋଇଥିବାରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଛନ୍ତି ଯେ ଗତବର୍ଷ ମହାମାରୀ ହେତୁ ଅତି କମରେ 4 ରୁ 5 ବଜେଟ୍ ଉପସ୍ଥାପିତ ହୋଇଥିଲା ଏବଂ ଚଳିତ ବର୍ଷ 2021ର କେନ୍ଦ୍ର ବଜେଟ୍ ସେହି ସବୁର ପ୍ରତିଫଳନ ହେବ।

2021-22 ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ଅଭିବୃଦ୍ଧି ହାର (ଜିଡିପି) 11 ପ୍ରତିଶତ ବୃଦ୍ଧି ହେବ ବୋଲି ସର୍ଭେ ଆକଳନ କରିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଅର୍ଥନୈତିକ ଅଭିବୃଦ୍ଧି ହାର 23.9 ପ୍ରତିଶତ ହ୍ରାସ ପାଇଥିବାବେଳେ ଦ୍ୱିତୀୟ ତ୍ରୟ ମାସରେ ଏହା 7.5 ପ୍ରତିଶତ ହ୍ରାସ ପାଇଥିଲା । ସମଗ୍ର ଆର୍ଥିକ ବର୍ଷରେ 7.7 ପ୍ରତିଶତ ହ୍ରାସ ହୋଇଥିବା ଅନୁମାନ କରାଯାଉଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସଂସଦରେ ବିରୋଧୀଙ୍କ ହଙ୍ଗାମା ଓ ରାଜଧାନୀ ଦିଲ୍ଲୀରେ ଚାଲିଥିବା କୃଷି ଆନ୍ଦୋଳନ ମଧ୍ୟରେ ଉପସ୍ଥାପନା ହେବ କେନ୍ଦ୍ର ବଜେଟ ।
ବିଗତ କିଛି ବର୍ଷ ଧରି ଡେଲିହଣ୍ଟ (Dailyhunt) ନ୍ୟୁଜ ଆପ ଆପଣଙ୍କୁ ବଜେଟର ରିଅଲ ଟାଇମ ଲାଇଭ ଅପଡେଟ ଦେଇ ଆସୁଛି । ତେଣୁ ଚଳିତ ବର୍ଷର ଏହି ଚର୍ଚ୍ଚିତ ବେଜଟର ଲାଇଭ ଅପଡେଟ ପାଇଁ ଆପଣ ଆମ (Dailyhunt) ନ୍ୟୁଜ ଆପ ସହ ଯୋଡି ହୋଇ ରୁହନ୍ତିୁ ଏବଂ ପାଅନ୍ତୁ କେନ୍ଦ୍ର ବଜେଟ 2021-22ର ଟିକିନିକ ଖବର ସହ ରିଅଲ ଟାଇମ ଲାଇଭ ଅପଡେଟ ।












Click it and Unblock the Notifications