ସ୍ୱାଧୀନତା ପରେ ପ୍ରଥମ : ମହିଳା ରାଷ୍ଟ୍ରପତି ଦେଲେ ଅଭିଭାଷଣ, ମହିଳା ଅର୍ଥମନ୍ତ୍ରୀ କରିବେ ବଜେଟ୍ ଉପସ୍ଥାପନ
ବଜେଟ୍ 2023: ସଂସଦରେ ଇତିହାସ ସୃଷ୍ଟି ହେବାକୁ ଯାଉଛି, ମହିଳା ରାଷ୍ଟ୍ରପତି ଦେଲେ ଅଭିଭାଷଣ, ମହିଳା ଅର୍ଥମନ୍ତ୍ରୀ କରିବେ ବଜେଟ୍ ଉପସ୍ଥାପନ ।

Budget 2023: ସଂସଦର ଶୀତକାଳୀନ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି । ଯେଉଁଠି ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଅନୁଷ୍ଠିତ ହୋଇଥିଲା । ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି।
ଏହା ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍, କିନ୍ତୁ ଆଜିର ବଜେଟ୍ ଏକ ଇତିହାସ ସୃଷ୍ଟି ହେବାକୁ ଯାଉଛି। ୧୯୪୭ ପରେ ପ୍ରଥମ ଥର ଏପରି ଘଟଣା ଦେଖିବା ପାଇଁ ମିଳିବ, ଯେତେବେଳେ ସଂସଦରେ ଜଣେ ମହିଳା ଅଭିଭାଷଣ ଦେଉଥିବା ବେଳେ ବଜେଟ୍ ଉପସ୍ଥାପିକା ମଧ୍ୟ ଜଣେ ମହିଳା ।
ତେବେ ପ୍ରତୀଭା ଦେବସିଂହ ପାଟିଲ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଥିଲେ, କିନ୍ତୁ ତାଙ୍କ କାର୍ଯ୍ୟକାଳର ପାଞ୍ଚ ବର୍ଷ ମଧ୍ୟରେ ପୁରୁଷ ଅର୍ଥମନ୍ତ୍ରୀ ଉପସ୍ଥିତ ଥିଲେ। ହେଲେ ଚଳିତ ବର୍ଷ ବଜେଟ୍ ଖୁବ ଖାସ । ଦେଶର ପ୍ରତ୍ୟକ ମହିଳାଙ୍କ ପାଇଁ ପ୍ରରଣାଦାୟକ ମଧ୍ୟ । ସ୍ୱାଧୀନ ଭାରତରେ ପ୍ରଥମ ଏପରି ଦୃଶ୍ୟ ଦେଖିବା ପାଇଁ ମିଳିବ ।
ଅନ୍ୟପକ୍ଷରେ, ନିର୍ମଳା ସୀତାରମଣଙ୍କ ନାମରେ ଅନେକ ରେକର୍ଡ ରହିଛି, ସେ ୨୦୧୯ରେ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ହୋଇଥିଲେ। ଏହାପୂର୍ବରୁ ସେ ଭାରତର ପ୍ରଥମ ମହିଳା ପୂର୍ଣ୍ଣକାଳୀନ ପ୍ରତିରକ୍ଷା ମନ୍ତ୍ରୀ ହୋଇ ଇତିହାସ ରଚିଥିଲେ ।












Click it and Unblock the Notifications