ପ୍ରଥମ ଥର ପାଇଁ କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ
ପ୍ରଥମ ଥର ପାଇଁ କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ । ୬୫ ହଜାର ଲୋକ କର୍ତ୍ତବ୍ୟ ପଥରେ ପରେଡ ଦେଖୁଛନ୍ତି । ମୋଟ୍ ୨୩ଟି ମେଢ ଭାଗ ନେଇଛନ୍ତି ।
ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ । ପ୍ରଥମ ଥର ପାଇଁ କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ । ପତାକା ଉତ୍ତୋଳନପରେ ଚାଲିଛି ଭବ୍ୟ ପରେଡ୍ । ପରେଡରେ ଅଭିବାଦନ ଗ୍ରହଣ କରୁଛନ୍ତି ରାଷ୍ଚ୍ରପତି । ଚଳିତ ବର୍ଷ ମୁଖ୍ୟ ଅତିଥି ଭାବେ ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତାହ ଅଲସିସି ଉପସ୍ଥିତ ଅଛନ୍ତି । ଏଥର ପ୍ରଦର୍ଶିତ ହେଉଛି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର । ପରେଡ ପାଇଁ ୨୧ଟି ତୋପୀ ସଲାମୀ ଦିଆଯାଇଛି ଯାହା ଭାରତରେ ନିର୍ମିତ ହୋଇଥିବା ୧୦୫ ଏମଏମ ଇଣ୍ତିଆନ ଫିଲ୍ଡ ବନ୍ଧୁକରେ ଦିଆଯାଇଛି ।

ସାଧାରଣତନ୍ତ୍ର ଉତ୍ସବ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୬ ହଜାର ସୈନିକଙ୍କୁ ନିୟୋଜିତ କରାଯାଇଛି । ୧୫୦ ସିସିଟିଭି କ୍ୟାମେରା କର୍ତ୍ତବ୍ୟ ମାର୍ଗ ଉପରେ ରଖିଛି ନଜର ।
ବିଭିନ୍ନ ସେନା ପକ୍ଷରୁ ପ୍ରଦର୍ଶିତ ହୋଉଛି ପ୍ରଜ୍ଞାପନ ମେଢ । କର୍ତ୍ତବ୍ୟ ପଥରେ ୨୭ ଏୟାର ଡିଫେନ୍ସ ମିସାଇଲ ରେଜିମେଣ୍ଟ ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇଛନ୍ତି। 'ଅମୃତସର ଏୟାରଫିଲ୍ଡ'କୁ କ୍ୟାପଟେନ ସୁନୀଲ ଦାଶରଥଧଏବଂ ୫୧୨ ଲାଇଟ ଏଡି ମିସାଇଲ ରେଜିମେଣ୍ଟ ର ଲେଫ୍ଟନାଣ୍ଟ ଚେତନ ଶର୍ମା ପରିଚାଳନା କରୁଛନ୍ତି । ସେହିପରି ଦେଶରେ ନିର୍ମିତି ହୋଇଥିବା ଗରୁଡ କମାଣ୍ତୋ ବି ପରେଡରେ ସାମିଲ । ପରେଡରେ ୬୧ଟି ଫେବଲରୀ, ୯ଟି ମଶିନୀକୃତ କାଲମ, ୬ଟି ମାଚିଂ ଦଳ, ୩ ପରମବୀର ଚକ୍ର ଏବଂ ୩ ଅଶୋକ ପୁରସ୍କାର ବିଜେତା ସାମିଲ ହେବେ । ପ୍ରଥମ ଥର ପାଇଁ ମିଶର ସେନା ଗଣତନ୍ତ୍ର ଦିବସ ପାଳନ ଅବସରରେ ପରେଡ୍ କରିଛି ।
ସୂଚନା ଅନୁସାରେ, ଆଜି ୬୫ ହଜାର ଲୋକ କର୍ତ୍ତବ୍ୟ ପଥରେ ପରେଡ ଦେଖୁଛନ୍ତି । ଆଜି ମୋଟ୍ ୨୩ଟି ମେଢ ଭାଗ ନେଇଛନ୍ତି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications