ଗୋଟାଏ କଲମ ପାଇଁ ସୈତାନ ସାଜିଲେ ଶିକ୍ଷକ, ୩ ଦିନ ନିର୍ଦ୍ଧୁମ ପିଟିଲେ
ପିଲାଙ୍କୁ ଶିଷ୍ଟାଚାର ଶିଖାଉଥିବା ତଥା ନୈତିକତାର ପାଠ ପଢ଼ାଉଥିବା ଆଶ୍ରମ ଗୁରୁଜୀ ପାଲଟିଗଲେ ନିଷ୍ଠୁର । ପିଲାଙ୍କୁ ଭଲ ବାଟକୁ ଆଣିବାର ଦ୍ୱାହି ଦେଇ ସବୁ ସୀମା ଅତିକ୍ରମ କରିବାକୁ ପଛାଇ ନାହିଁ।

ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କ ନାଁରେ ପେନ୍ ଚୋରି ଅଭିଯୋଗ ହେବା ପରେ ଭେନୁଗୋପାଳ ନାମକ ଗୁରୁଜୀ ତାଙ୍କୁ ଶାସ୍ତି ଦେବାକୁ ଯାଇ ହାତ ଗୋଡ଼ ବାନ୍ଧି, ଆଖିରେ ପଟି ଲଗାଇ ବେଲ୍ଟରେ, ବାଡ଼ିରେ ପ୍ରବଳ ପିଟିଥିଲେ। ଏଥିସହ ୩ ଦିନ ପର୍ଯ୍ୟନ୍ତ ଏକ କୋଠରୀରେ ବନ୍ଦ କରି ରଖିବାକୁ ପଛାଇଲେ ନାହିଁ। ଏପରି ଏକ ଲୋମଟାଙ୍କୁରା ଘଟଣା କର୍ଣ୍ଣାଟକାର ରାୟଚୁରର ଏକ ଆଶ୍ରମ ସ୍କୁଲରେ ଘଟିଛି।
ପୀଡ଼ିତ ଛାତ୍ରଜଣକ ଏକ ଗରୀବ ପରିବାରର ହୋଇଥିବା ବେଳେ ପାଠ ପଢ଼ିବାକୁ ବାପାମା' ଉକ୍ତ ଆଶ୍ରମ ସ୍କୁଲରେ ତାଙ୍କୁ ଛାଡ଼ିଥିଲେ। ଉକ୍ତ ଛାତ୍ରଙ୍କ ବଡ଼ ଭାଇ ବି ସେଠାରେ ପାଠ ପଢ଼ୁଥିଲେ।
ମାତ୍ର ଛାତ୍ରଜଣକ ଏକ ପେନ୍ ଚୋରି କରିଥିବା ନେଇ ପିଲାମାନେ ଆଶ୍ରମ ସ୍କୁଲର ଗୁରୁଜୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଗୁରୁଜୀ ପିଲାଟିକୁ ଶାସ୍ତି ଦେବାକୁ ଯାଇ ପ୍ରବଳ ପିଟିଥିଲେ। ଏଥିରେ ପିଲାଟି ଲହୁଲୁହାଣ ହୋଇଥିଲେ ବି ଗୁରୁଜୀଙ୍କ ହୃଦୟ ତରଳି ନ ଥିଲେ। ଏହାପରେ ସେ ପିଲାଟିକୁ ଏକ ରୁମ୍ରେ ୩ ଦିନ ପର୍ଯ୍ୟନ୍ତ ଏକୁଟିଆ ବନ୍ଦ କରି ରଖିଥିଲେ । ଏଥିରେ ପିଲାଟି ପ୍ରବଳ ଭୟଭୀତ ହୋଇ ଯାଇଥିଲା।
ମହିଳାଜଣକ କହିଛନ୍ତି, ଗୁରୁଜୀ ମୋ' ପୁଅକୁ ବେଲ୍ଟରେ ପିଟିଛନ୍ତି। ତା' ଆଖିରେ ପଟି ବାନ୍ଧି ଦେବା ସହ ହାତ, ଗୋଡ଼ ବାନ୍ଧି ପ୍ରବଳ ପିଟିଛନ୍ତି। ଏପରିକି ଆଶ୍ରମରେ ରହୁଥିବା ସିନିୟର ଛାତ୍ରଙ୍କ ଦ୍ୱାରା ମୋ' ପୁଅକୁ ପିଟିଛନ୍ତି।
ପୀଡ଼ିତ ଛାତ୍ର ପୁଲିସ୍ ସମ୍ମୁଖରେ ପେନ୍ ଚୋରି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ତଳେ ପଡ଼ିଥିବା ଏକ ପେନ୍କୁ ଉଠାଇ ଅନ୍ୟତ୍ର ଥୋଇଥିବାରୁ ତାଙ୍କ ନାମରେ ଏପରି ଅଭିଯୋଗ ହୋଇଥିବା ସେ କହିଛନ୍ତି।
ଏଥିସହ କହିଛନ୍ତି ମୋତେ ଶାସ୍ତି ଦେବାକୁ ଯାଇ ଦୁଇ ଛାତ୍ର ଓ ଗୁରୁଜୀ ମୋତେ ଏକ ଜଳୁଥିବା ବାଡ଼ିରେ ପିଟିଥିଲେ। ତାହା ଭାଙ୍ଗିଯିବାରୁ ବେଲ୍ଟରେ ପିଟିଲେ। ଏପରିକି ଭିକ ମାଗିବାକୁ ମୋତେ ରେଲୱେ ଷ୍ଟେଶନ ନେଇଥିଲେ। ଏହାପରେ ସେଠାରୁ ପୁଣି ଥରେ ଆଶ୍ରମ ଆଣି ପ୍ରବଳ ପିଟିଥିଲେ।












Click it and Unblock the Notifications