Women's Reservation Bill: ବର୍ତ୍ତମାନ ଯୁଗ ବଦଳିବା ପାଇଁ ଯାଉଛି, ଆମ ପାଇଁ ଏହା ରାଜନୈତିକ ପ୍ରସଙ୍ଗ ନୁହେଁ...
Women's Reservation Bill in Lok Sabha: ମହିଳା ସଂରକ୍ଷଣ ବିଲ୍ ଉପରେ ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିବୃତି ରଖିଛନ୍ତି । ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପରେ ବିତର୍କ ବେଳେ ସେ କହିଛନ୍ତି, କିଛି ଦଳ ପାଇଁ ମହିଳା ସଶକ୍ତିକରଣ ନିର୍ବାଚନରେ ଜିତିବା ପାଇଁ ଏକ ରାଜନୈତିକ ଏଜେଣ୍ଡା ଏବଂ ରାଜନୈତିକ ହତିଆର ହୋଇପାରେ, କିନ୍ତୁ ବିଜେପି ଏବଂ ନରେନ୍ଦ୍ର ମୋଦିଙ୍କ ପାଇଁ ଏହା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆହୁରି କହିଛନ୍ତି, "ଆସନ୍ତାକାଲି ଭାରତୀୟ ସଂସଦ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ । ଯାହା ବିଚାରାଧୀନ ଥିଲା ଏବେ ମହିଳାମାନଙ୍କୁ ଅଧିକାର ଦିଆଯିବ । ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଥିପାଇଁ ଧନ୍ୟବାଦ ଦେବାକୁ ଚାହୁଁଛି।" ତେବେ ଏହି ବିଲ୍ ପାରିତ ହେଲେ ମହିଳା ଅଧିକାର ପାଇଁ ଦୀର୍ଘ ଦିନରୁ ଲାଗି ରହିଥିବା ଲଢେଇ ଶେଷ ହେବ । ଜି -20 ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ମହିଳା ନେତୃତ୍ୱାଧୀନ ବିକାଶର ଦୃଷ୍ଟିକୁ ସମଗ୍ର ବିଶ୍ୱରେ ଉପସ୍ଥାପନ କରିଥିଲେ ।

ସେହିପରି କଂଗ୍ରେସକୁ ସମାଲୋଚନା କରି ଅମିତ ଶାହା କହିଛନ୍ତି, କଂଗ୍ରେସ ଏହି ଦେଶରେ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଶାସନ କରିଥିଲା, କିନ୍ତୁ ସେତେବେଳେ 11 କୋଟି ପରିବାର ଥିଲେ ଯେଉଁମାନେ ଶୌଚାଳୟରୁ ବଞ୍ଚିତ ହୋଇଥିଲେ। ସେମାନେ 'ଦାରିଦ୍ର୍ୟ ଦୂରୀକରଣ' ସ୍ଲୋଗାନ ଦେଇଥିଲେ କିନ୍ତୁ ଗରୀବ ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା କରିପାରିନଥିଲେ। ଯେତେବେଳେ ଘରେ ଶୌଚାଳୟ ନଥାଏ, ସତେବେଳେ ସବୁଠୁ ଅଧିକ ପ୍ରଭାବିତ ମା,ଭଉଣୀ ମାନେ ହୋଇଥାନ୍ତି ।
#WATCH | Union Home Minister Amit Shah in Lok Sabha on Women's Reservation Bill
"...For some parties, women empowerment can be a political agenda and a political tool to win elections, but for BJP & Narendra Modi it is not a political issue..." pic.twitter.com/XCOCVtRebS
— ANI (@ANI) September 20, 2023
ଅମିତ ଶାହା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଶପଥ ନେବା ପରେ ମହିଳାଙ୍କ ସୁରକ୍ଷା, ସମ୍ମାନ ଏବଂ ସମାନ ଅଂଶଗ୍ରହଣ ସରକାରଙ୍କ ଜୀବନ ଶକ୍ତି ଅଟେ। ଏହି ବିଲ୍ ଦେଶରେ ନିଷ୍ପତ୍ତି ନେବା ଏବଂ ନୀତି ପ୍ରଣୟନରେ ମହିଳାଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରିବ ।
ଅନ୍ୟପକ୍ଷରେ ରାହୁଲ ଗାନ୍ଧି କହିଛନ୍ତି, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, "ଡିଲିମିଟେସନ୍ ଏବଂ ଜନଗଣନା ଆବଶ୍ୟକ ନାହିଁ, ଏହି ବିଲ୍ ତୁରନ୍ତ କାର୍ଯ୍ୟକାରୀ ହେବା ଉଚିତ୍ ।"
Congress MP Rahul Gandhi speaks in debate on Women's Reservation Bill in Lok Sabha
"There is one thing in my view that makes this bill incomplete. I would like to have seen the OBC reservation included in this bill." pic.twitter.com/oajhehDHKX
— ANI (@ANI) September 20, 2023












Click it and Unblock the Notifications