କେତେ ଆସନ ପାଇଁ ବିଜେପି ପ୍ରଶାନ୍ତ କିଶୋର କଲେ ଭବିଷ୍ୟତ ବାଣୀ
ବିଜେପି କେତେ ଆସନ ଏଥର ଜିତିବ ତାକୁ ନେଇ ସବୁଠି ସର୍ଚା ଜାରି ରହିଛି । ଦଳ କେବଳ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର କଥା ନ କହି, ୩୭୦ ସିଟ୍ ଜିତିବ ବୋଲି ନାରା ଦେବା ଗୋଟିଏ ଚମତ୍କାର ରଣନୀତି। ହେଲେ ଯଦି ବିଜେପି ଏପରି ସଫଳତା ନ ପାଇବ, ତା'ହେଲେ ଏହା ଶେୟାର ମାର୍କେଟକୁ ହତୋତ୍ସାହିତ କରିବ ବୋଲି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି।

ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପ୍ରଶାନ୍ତ କିଶୋର କହିଛନ୍ତି, "ଯେତେବେଳେ ଗୋଟିଏ କମ୍ପାନୀ ଠାରୁ ଆଶା ଅଧିକ ଥାଏ ଓ ଭଲ ପ୍ରଦର୍ଶନ ସତ୍ତ୍ୱେ ଏହା ଟାର୍ଗେଟକୁ ହାସଲ କରି ନପାରେ ସେତେବେଳେ ଷ୍ଟକ ମାର୍କେଟ ସେମାନଙ୍କୁ ଦଣ୍ଡ ଦିଏ। ସେହି ଅନୁସାରେ, ଯଦି ବିଜେପି ୨୦୨୪ ସାଧାରଣ ନିର୍ବାଚନରେ ୩୭୦ରୁ କମ ଆସନ ପାଇଲା, ତା'ହେଲେ ଏହା ଆଲୋଚନାର ମୁଖ୍ୟ ବିଷୟ ହେବ। ଏହାର ପ୍ରଭାବ ମାର୍କେଟ ଉପରେ ମଧ୍ୟ ପଡ଼ିବ।"
୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ପାଇଁ ରଣନୀତି କରିଥିବା ପ୍ରଶାନ୍ତ କିଶୋରଙ୍କ କହିବା କଥା ଯେ ଏନଡିଏ ପୁଣି କେନ୍ଦ୍ରରେ ଶାସନ କରିବ। ବିଜେପିର ୩୭୦ ସିଟ ଟାର୍ଗେଟ ନାରା ଗୋଟିଏ ଚମତ୍କାର ରଣନୀତି। ଏପରି ନାରା ଦ୍ୱାରା ବିଜେପି ନିର୍ବାଚନୀ ଚର୍ଚ୍ଚାକୁ ପୂରା ବଦଳାଇ ଦେଇଛି।
ସେ କହିଛନ୍ତି, "ଗତ ୩ରୁ ୪ ମାସ ହେଲେ ଆଲୋଚନା କେବଳ ୩୭୦ ଓ ୪୦୦ ପାର ନାରା ଉପରେ ରହିଛି। ଏହା ବିଜେପିର ରଣନୀତି କିମ୍ବା ବିରୋଧୀଙ୍କ ଦୁର୍ବଳତା ହୋଇପାରେ। କିନ୍ତୁ ବିଜେପି ଗୋଲପୋଷ୍ଟକୁ ୨୭୦ରୁ ସିଧା ୩୭୦କୁ ବଦଳାଇ ଦେଇଛି।












Click it and Unblock the Notifications