ବଦଳିଲା ଶହେ ବର୍ଷର ପରମ୍ପରା, ପୁରୁଷ ବଦଳରେ ନାରୀ କଲେ ମାଆଙ୍କ ଆବାହନ
ବଦଳିଲା ଶହେ ବର୍ଷର ପରମ୍ପରା, ପୁରୁଷ ବଦଳରେ ନାରୀ କଲେ ମାଆଙ୍କ ଆବାହନ
କୋଲକାତା: ଭାଙ୍ଗିଲା ପୁରୁଣା ପରମ୍ପରା । ଶାରଦୀୟ ପୂଜାରେ ମାଆଙ୍କୁ ଆବାହନ କଲେ ମହିଳା । କାହିଁ କେତେ ବର୍ଷରୁ ପୁରୁଷ ପୂଜକଙ୍କ ଦ୍ବାରା ମାଆ ଦୁର୍ଗାଙ୍କ ଆବାହନ କରାଯାଏ । ତେବେ ଚଳିତ ବର୍ଷ ଏଥିରେ ହୋଇଛି ପରିବର୍ତ୍ତନ । ଆଉ ଏଥିରେ ଯୋଡି ହୋଇଛି ଏକ ନୂତନ ଫର୍ଦ୍ଦ । ପ୍ରସିଦ୍ଧ ପଶ୍ଚିମବଙ୍ଗର ଏକ ପୂଜା ପେଣ୍ଡାଲରୁ ଏଭଳି ଏକ ଚିତ୍ର ସାମନାକୁ ଆସିଥିବା ଦେଖାଯାଇଛି ।

This could look like a scene straight out of Sanjay Leela Banshali magnum opus. These women of Palli Yuvakbrinda committee in #Kolkata became harbinger of a change. With mashal in their hands they got #DurgaMaa idol home,tradition that has so far been dominated by men. #DurgaPuja pic.twitter.com/yFtOLg9nLs
— Tamal Saha (@Tamal0401) September 28, 2022
କୋଲକାତାର 'ପାଲ୍ୟ ଯୁବକ ବ୍ରିନ୍ଦା' କମିଟି ପକ୍ଷରୁ ନୂତନ ଉଦାହଣ ସୃଷ୍ଟି କରିଛନ୍ତି ଏଠିକାର କିଛି ମହିଳା । ମହିଳା ଆବାହନ କରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏଠାରେ ମହିଳା ଗୋଷ୍ଠୀ ଏକାଠି ହୋଇ ମଶାଲ ଶୋଭାଯାତ୍ରା କରି ଏକ ଭିନ୍ନ ଢଙ୍ଗରେ ମା'ଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ନୃତ୍ୟଗୀତରେ ବେଶ ଦୁଲୁକିଥିଲା ସରା ପରିବେଶ । ମାଆଙ୍କ ଭକ୍ତିରେ ମଗ୍ନ ହୋଇଯାଇଥିଲେ ଶ୍ରଦ୍ଧାଳୁ। ବିଭିନ୍ନ ବାଦ୍ୟ ପେଣ୍ଡାଲ ସମେତ ଆଖପାଖରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ଝୁଣା ଲଗାଇ ମହିଳାମାନେ ନୃତ୍ୟ କରୁଥିବାର ଭିଡିଓ ଏବେ ଭାଇରାଲ ହେଉଛି।












Click it and Unblock the Notifications