ହୋଲିରେ ଆପଣାନ୍ତୁ ଏହି ଉପାୟ, ପତୀ ପତ୍ନୀଙ୍କ ସମ୍ପର୍କ ହେବ ମଧୁର
Holi 2025: ରଙ୍ଗର ପର୍ବ ହୋଲି । ସାରା ଦେଶ ଏହାକୁ ବେଶ୍ ଧୁମଧାମରେ ପାଳନ କରାଯାଏ ଏହି ପର୍ବକୁ । ବିଧି ଅନୁଯାୟୀ, ହୋଲିଦିନ ଭଗବାନ ବିଷ୍ଣୁ, ଶ୍ରୀକୃଷ୍ଣ, ରାଧା ରାଣୀ, ମା'ଲକ୍ଷ୍ମୀ ଆଦି ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଭଗବାନଙ୍କୁ ରଙ୍ଗ ଅର୍ପଣ କରାଯାଏ । ତେବେ ହୋଲିରେ କିଛି ଆପଣାନ୍ତୁ ଯାହା ଆପଣଙ୍କ ଜୀବନରେ ଦୁଃଖ ଦୂର କରିବ ଏବଂ ଭଗବାନଙ୍କ ଆର୍ଶୀବାଦ ପ୍ରାପ୍ତ ହେବ ।
ବାସ୍ତୁ ଅନୁଯାୟୀ, ଘରର ପ୍ରବେଶ ଦ୍ୱାର ତଥା ଅଗଣାରେ ରଙ୍ଗୋଲି ପକାନ୍ତୁ । ରଙ୍ଗୋଲିରେ ଲାଲ, ହଳଦିଆ, ସବୁଜ, ଗୋଲାପି ଆଦି ରଙ୍ଗ ବ୍ୟବହାର କରି ପାରିବେ ଯାହା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ ମା'ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତ ହେବ ।

ହୋଲି ଦିନ ଭଗବାନ ଗଣେଶଙ୍କୁ ବିଧି ବିଧାନ ସହ ପୂଜା କରି ରଙ୍ଗ ଅର୍ପଣ କରନ୍ତୁ । ମିଠା ଭୋଗ ନିଶ୍ଚୟ ଅର୍ପଣ କରନ୍ତୁ ଯାହା ଦ୍ୱାରା ଆପଣଙ୍କ ବ୍ୟବସାୟରେ ଉନ୍ନତି ଓ ଧନ ଲାଭ ହେବେ । ସେହିପରି ରାଧା କୃଷ୍ଣଙ୍କୁ ହୋଲି ରଙ୍ଗ ଅର୍ପଣ କରନ୍ତୁ ଏପରି କରିବା ଦ୍ୱାରା ଆପଣଙ୍କ ପାରିବାରିକ ସମସ୍ୟା ଦୂର ହେବ ଏବଂ ପତୀ ପତ୍ନୀଙ୍କ ସମ୍ପର୍କ ମଧୁର ହୋଇଥାଏ ।












Click it and Unblock the Notifications