ଲୋକସଭାରେ ଶ୍ୱେତପତ୍ର ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ
Parliament Budget Session: ଲୋକସଭାରେ ଶ୍ୱେତପତ୍ର ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ସୀତାରମଣ । ଭାରତର ଆର୍ôଥକ ସ୍ଥିତିକୁ ନେଇ ତଥ୍ୟ ଉପସ୍ଥାପନ କଲେ । ଶ୍ୱେତପତ୍ରରେ ୟୁପିଏ ଶାସନ କାଳର ଅବ୍ୟବସ୍ଥା ଦର୍ଶାଇଲେ । ୧୦ ବର୍ଷର ୟୁପିଏ ଶାସନର ଅବ୍ୟବସ୍ଥା ନେଇ ବିସ୍ତୃତ ତଥ୍ୟ ରଖିଲେ । ବାଜପେୟୀ ସରକାରଙ୍କ ସଂସ୍କାରକୁ ୟୁପିଏ କାର୍ଯ୍ୟକାରୀ କରି ନ ଥିଲା ।
ୟୁପିଏ ଶାସନ କାଳରେ ନେତୃତ୍ୱରେ ଅଭାବ ସାମ୍ନାକୁ ଆସିଥିଲା । ଏକ ଅଧ୍ୟାଦେଶକୁ ସାଧାରଣରେ ଚିରିବା ଏହାର ପ୍ରମାଣ ଥିଲା । କୋଲ୍ ଓ ଟେଲିକମ ସ୍କାମ୍ର ତଥ୍ୟ ଦେଇ ବିରୋଧୀଙ୍କୁ ଟାର୍ଗେଟ୍ କଲେ ଅର୍ଥମନ୍ତ୍ରୀ । ଏନଡିଏ ଶାସନକୁ ଆସିବା ପରେ କିପରି ସୁଧାର ଆସିଛି ତାହା ଦର୍ଶାଇଲେ ୟୁପିଏ ଓ ଏନଡିଏ ଶାସନକୁ ନେଇ ଏକ ତୁଳନାତ୍ମକ ଚିତ୍ର ରଖିଲେ ।
୨୦୦୪ ରୁ ୨୦୧୪ ମଧ୍ୟରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରଙ୍କ କାର୍ଯ୍ୟକାଳ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଏକ ଶ୍ୱେତପତ୍ର ଉପସ୍ଥାପନା କରିଛନ୍ତି । ଏହା ମାଧ୍ୟମରେ ମୋଦୀ ସରକାର ଦାବି କରିଛନ୍ତି ଯେ ୟୁପିଏର ୧୦ ବର୍ଷ ମଧ୍ୟରେ ଅର୍ଥନୈତିକ ସଙ୍କଟ ଦେଖାଦେଇଛି । ବିଜେପି ସରକାର ଏହି ଶ୍ୱେତପତ୍ର ରେ କହିଛନ୍ତି ଯେ ଶୀଘ୍ର ସମାଧାନ ପରିବର୍ତ୍ତେ ଏନଡିଏ ସରକାର ସାହସିକ ସଂସ୍କାର ଆଣିଛନ୍ତି । ବର୍ତ୍ତମାନ ଶୁକ୍ରବାର ଦିନ ସଂସଦରେ ଏହି ଶ୍ୱେତପତ୍ର ଉପରେ ଆଲୋଚନା ହୋଇ ପାରେ
୨୦୦୪ରୁ ୨୦୧୪ ମଧ୍ୟରେ ୟୁପିଏ ସରକାର ନେଇଥିବା ନିଷ୍ପତ୍ତିର ସମୀକ୍ଷା ଏହି ଶ୍ୱେତପତ୍ରରେ ହେବ । ମୂଳତଃ ଏକ ଜଟିଳ ପ୍ରସଙ୍ଗକୁ ସରଳ ଭାଷାରେ ବୁଝାଇବା ପାଇଁ ଏକ ଶ୍ୱେତପତ୍ର ଜାରି କରାଯାଏ । ଶ୍ୱେତପତ୍ରରେ ୟୁପିଏ ସରକାରଙ୍କ ଅର୍ଥନୈତିକ ନୀତି ସାମାନ୍ୟ ଥିବା ନେଇ କହିଛନ୍ତି କେନ୍ଦ୍ର ସରକାର ।

ଏହା ଅର୍ଥନୀତିକୁ ପୁଣିଥରେ ଆରମ୍ଭ କରିବା ତଥା ବର୍ତ୍ତମାନର ଅମୃତ କାଳରେ ଲୋକଙ୍କ ଅଭିବୃଦ୍ଧି ଆକାଂକ୍ଷା ପୂରଣ କରିବାରେ ଆମ ସରକାର ଗ୍ରହଣ କରିଥିବା ନୀତି ତଥା ପଦକ୍ଷେପ ବିଷୟରେ ସଂସଦର ସଦସ୍ୟ ତଥା ଜନସାଧାରଣଙ୍କୁ ଅବଗତ ଏହା କରାଏ । ଏହା କରିବା ଦ୍ୱାରା, ଜାତୀୟ ସ୍ୱାର୍ଥର ପ୍ରାଥମିକତା ଏବଂ ରାଜନୈତିକ ଉଦ୍ଦେଶ୍ୟ ଉପରେ ଶାସନ ପ୍ରସଙ୍ଗରେ ଓ ଆର୍ôଥକ ଦାୟିତ୍ୱ ଉପରେ ଏକ ବ୍ୟାପକ ବିତର୍କ ସୃଷ୍ଟି କରେ ।












Click it and Unblock the Notifications