ଶୁଣନ୍ତୁ ସଂସ୍କୃତରେ କ୍ରିକେଟ କମେଣ୍ଟ୍ରୀ, ପ୍ରଧାନମନ୍ତ୍ରୀ ମୋଦି କଲେ ରିଟ୍ବିଟ
କ୍ରିକେଟରେ ଆପଣ ଅନେକ ଭାଷାରେ ଶୁଣିଥିବେ। ଇଂରାଜୀ, ହିନ୍ଦି କିମ୍ବା ଅନ୍ୟ କେଉଁ ଭାଷାରେ ବି, ହେଲେ କେବେ ସଂସ୍କୃତ ଭାଷାରେ କ୍ରିକେଟ କମେଣ୍ଟ୍ରି ଶୁଣିଛନ୍ତି କି ? ହୁଏତ ଶୁଣିନଥିବେ ।
ବେଙ୍ଗାଲୁରୁ: କ୍ରିକେଟରେ ଆପଣ ଅନେକ ଭାଷାରେ ଶୁଣିଥିବେ। ଇଂରାଜୀ, ହିନ୍ଦି କିମ୍ବା ଅନ୍ୟ କେଉଁ ଭାଷାରେ ବି, ହେଲେ କେବେ ସଂସ୍କୃତ ଭାଷାରେ କ୍ରିକେଟ କମେଣ୍ଟ୍ରି ଶୁଣିଛନ୍ତି କି ? ହୁଏତ ଶୁଣିନଥିବେ । କର୍ଣ୍ଣାଟକ ବେଙ୍ଗାଲୁରୁରୁ ଏଭଳି ଏକ ଭିନ୍ନ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । କର୍ଣ୍ଣାଟକର କେଉଁ ଏକ ଅଞ୍ଚଳର ଗଳିରେ କିଛି ପିଲା କ୍ରିକେଟ ଖେଳୁଥିବା ବେଳେ ଜଣେ ସଂସ୍କୃତ ଭାଷାରେ ଏହି ମ୍ୟାଚ୍ର କମେଣ୍ଟ୍ରି କରୁଛନ୍ତି ।

This is heartening to see…Congrats to those undertaking this effort.
During one of the #MannKiBaat programmes last year I had shared a similar effort in Kashi. Sharing that as well. https://t.co/bEmz0u4XvO https://t.co/A2ZdclTTR7
— Narendra Modi (@narendramodi) October 4, 2022
ଭାଇରାଲ ଭିଡିଓରେ, ଜଣେ ବାଳକ ସଫା ସଂସ୍କୃତ କହୁଥିବାର ଶୁଣିବାକୁ ମିଳୁଛି ଏବଂ ଅନ୍ୟ ଦୁଇଜଣ ଖେଳ ଦେଖୁଛନ୍ତି ଏବଂ ସଂସ୍କୃତରେ କିଛି ଶବ୍ଦରେ କଥାବାର୍ତ୍ତା ମଧ୍ୟ କରୁଛନ୍ତି । ଟ୍ୱିଟର ୟୁଜର ଲକ୍ଷ୍ମୀ ନାରାୟଣ ଏହି ଭିଡିଓକୁ "ସଂସ୍କୃତ ଏବଂ କ୍ରିକେଟ୍" ବୋଲି ଟ୍ୟାଗ୍ କରିଛନ୍ତି। ଏହାକୁ ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଛନ୍ତି ।
2011 ଜନଗଣନାର ତଥ୍ୟ ଅନୁଯାୟୀ, ଭାରତୀୟ ଜନସଂଖ୍ୟାର 0.002 ପ୍ରତିଶତରୁ କମ୍ ସଂସ୍କୃତ କୁହନ୍ତି। ଭାରତରେ କେବଳ 24,821 ଜଣ ଲୋକ ସଂସ୍କୃତକୁ ମାତୃଭାଷା ଭାବରେ ପାଇଛନ୍ତି । 2001 ଜନଗଣନାରେ ଏହି ସଂଖ୍ୟା 14,135 ଥିଲା, ତେଣୁ ବର୍ତ୍ତମାନ ସଂସ୍କୃତ କହୁଥିବା ଲୋକ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଛି ।












Click it and Unblock the Notifications