ପଞ୍ଜାବରେ ବନ୍ୟା ରଚିଲା ମୃତ୍ୟୁ ତାଣ୍ଡବ; ୪୦ ମୃତ, କୋଟି କୋଟି ଟଙ୍କାର କ୍ଷୟକ୍ଷତି

ପାକିସ୍ତାନ ପଞ୍ଜାବରେ ବନ୍ୟା ଯୋଗୁଁ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି । ଅଗଷ୍ଟ ୨୩ ତାରିଖରୁ ପାକିସ୍ତାନ ପଞ୍ଜାବରେ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୫୦ ଜଣଙ୍କର ମୃତ୍ୟୁ ଘଟିଛି । ଏଥି ସହିତ ୪୦ ଲକ୍ଷ ଲୋକ ମଧ୍ୟ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଯାଇଥିଲାବେଳେ ଓଲଟିଲା ଡଙ୍ଗା । ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି ।

panjab

ସେହିପରି ବନ୍ୟାରେ ଫସି ରହିଥିବା ପ୍ରାୟ ୧୮.୪ ଲକ୍ଷ ଲୋକ ଏବଂ ୧୩.୪ ଲକ୍ଷ ଗାଈଗୋରୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ଦିଆଯାଇଛି । ଏନେଇ ଅଧିକାରୀମାନେ ଶନିବାର ଏହାର ସୂଚନା ଦେଇଛନ୍ତି । ଲଗାତାର ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ସମସ୍ତ ନଦୀ ଏବଂ ଶାଖା ନଦୀ ବିପଦ ସ୍ତରରେ ରହିଛି ବୋଲି ମଧ୍ୟ କହିଛନ୍ତି ।

ସୂଚନାନୁଯାୟୀ, ପାକିସ୍ତାନ ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଫଳରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ପାକିସ୍ତାନୀ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଯାହାର ସୂଚନା ପଞ୍ଜାବ ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (PDMA)ର ମହାନିର୍ଦ୍ଦେଶକ ଇରଫାନ ଅଲି କାଠିଆ ଦେଇଛନ୍ତି । ସେ କହିଛନ୍ତି ଯେ, ରବି, ଚେନାବ ଏବଂ ସତଲେଜର ନଦୀର ବନ୍ୟା ଜଳ ୩୯,୦୦ ଗାଁକୁ ବୁଡାଇ ଦେଇଛି । ଯାହାଫଳରେ ହଜାର ହଜାର ଫସଲ କ୍ଷତିଗ୍ରସ୍ତ ହୋଇଛି ।

ଏହା ବ୍ୟତୀତ ସେ ଆହୁରି କହିଛନ୍ତି ଯେ, ସିଆଲକୋଟ, ଗୁଜୁରାଟ ଏବଂ ପଞ୍ଜାବର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ NDMA ତଥ୍ୟ ଅନୁଯାୟୀ ୨୬ ଜୁନ୍ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ପଞ୍ଜାବରେ ବନ୍ୟା ଯୋଗୁଁ ୨୦୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+