ଉତ୍ତର ଭାରତରେ ଜଳପ୍ରଳୟ, ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ: ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି

ନୂଆଦିଲ୍ଲୀ: ଉତ୍ତର ଭାରତରେ ଥମୁନି ପ୍ରକୃତିର ତାଣ୍ଡବ। କେତେକ ସ୍ଥାନରେ ଭୟଙ୍କର ଭୂସ୍ଖଳନ ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା କମିଥିଲେ ମଧ୍ୟ ପରିସ୍ଥିତି ସଙ୍ଗୀନ ରହିଛି ।

ଗତକାଲି ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜୁଲାଇରୁ ଏବେ ସୁଦ୍ଧା ମୃତ୍ୟୁସଂଖ୍ୟା ୯୧ ଛୁଇଁଛି । ଭୀଷଣ ବର୍ଷାରେ ଦୁର୍ଘଟଣା, ଭୂସ୍ଖଳନ, ଫ୍ଲାସଫ୍ଲଡରେ ବଢ଼ୁଛି ମୃତ୍ୟୁସଂଖ୍ୟା । ଏବେ ବି ଜଳବନ୍ଦୀ ଅନେକ ଜୀବନ ।

North India Flood

ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଜାମ୍ମୁ-କାଶ୍ମୀରରେ ବନ୍ୟା ପରିସ୍ଥିତି ଦେଖାଦେଛି। ହରିୟାଣା ଓ ରାଜସ୍ଥାନରେ ମଧ୍ୟ ବର୍ଷା ପାଇଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ହିମାଚଳପ୍ରଦେଶରେ ୩ ଶହ ପର୍ଯ୍ୟଟକଙ୍କୁ ହେଲିକପ୍ଟରରେ ଉଦ୍ଧାର କରାଯାଇଛି। ୧୩ ଶହ ରାସ୍ତାକୁ ବନ୍ଦ ରଖାଯାଇଛି। ଏହାସହ ୪୦ଟି ବଡ ବ୍ରିଜ ଭାଙ୍ଗିଛି। ରାସ୍ତା ଉପରେ ବଡ ବଡ ପଥରଖଣ୍ଡ ଓ ଗଛ ପଡି ରହିଛି ।

ତେବେ ଆଜିଠୁ ହିମାଚଳରେ ବର୍ଷା ପରିମାଣ କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ହିମାଚଳପ୍ରଦେଶ, ଜାମ୍ମୁ-କାଶ୍ମୀର, ପଞ୍ଜାବ, ହରିୟାଣା, ରାଜସ୍ଥାନରେ ବର୍ଷାର ପରିମାଣ କମିଛି । ତେଣୁ ଖୁବଶୀଘ୍ର ସେଠାକାର ସ୍ଥିତି ଅନୁସାରେ ସେମାନଙ୍କୁ ରିଲିଫ୍ ଦିଆଯିବା ବ୍ୟବସ୍ଥା ହେଉଛି । ଏହାସହ ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର ଓ ଥଇଥାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+