ମୁମ୍ବାଇରେ ଜଳ ପ୍ରଳୟ, ସ୍କୁଲ, କଲେଜ ଛୁଟି ଘୋଷଣା କଲେ ସରକାର
ମୁମ୍ବାଇରେ ପ୍ରବଳ ବର୍ଷା। ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହେବା ସହ ତଳିଆ ଅଞ୍ଚଳରେ ପାଣି ମାଡ଼ି ଯାଇଛି।

ବର୍ଷା କାରଣରୁ ବାଣିଜ୍ୟ ନଗରରୀରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ଗାଡ଼ି ମୋଟର ଅଟକି ରହିବା ସହ ଲୋକମାନେ ଅଣ୍ଟାଏ ପାଣିରେ ରାସ୍ତା ପାରି ହେଉଥିବା ଦେଖିବାକୁ ମିଳିଛି।
ସେପଟେ ଟ୍ରେନ୍ ଟ୍ରାକରେ ମଧ୍ୟ ପାଣି ଜମି ରହିବାରୁ ଟ୍ରେନ୍ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସମସ୍ତ ସରକାରୀ, ବେସରକାରୀ ଏବଂ ମ୍ୟୁନିସିପାଲ ସ୍କୁଲ ଏବଂ କଲେଜଗୁଡ଼ିକ ଛୁଟି ଘୋଷଣା କରାଯାଇଛି।
ଯଦି ଦୁଇ ଘଣ୍ଟାରୁ ଅଧିକ ବର୍ଷା ବନ୍ଦ ହୋଇଯାଏ, ତେବେ ଜଳସ୍ତର କମିଯିବ ବୋଲି ଅଧିକାରୀମାନେ କହିଛନ୍ତି। କିନ୍ତୁ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଭିକ୍ରୋଲିର ଭୀର ସାବରକର ମାର୍ଗ ମ୍ୟୁନିସିପାଲ ସ୍କୁଲ ଏବଂ MCMCR ପୋୱାଇ ଅଞ୍ଚଳରେ ସର୍ବାଧିକ ୩୧୫ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଭାରତ ପାଣିପାଗ ବିଭାଗ (IMD) ମୁମ୍ବାଇ, ଥାନେ, ପାଲଘର ଏବଂ କୋଙ୍କଣ ବେଲ୍ଟକୁ ଓରେଞ୍ଜ ଆଲର୍ଟ ଜାରି କରିଛି।












Click it and Unblock the Notifications