ଆଜି ରାତି'ଠୁ Flipkart'ରେ ଆରମ୍ଭ ହେବ ଦୀପାବଳି ସେଲ୍, iPhone 15 କିଣନ୍ତୁ ମାତ୍ର ଏତିକି ଟଙ୍କାରେ
Flipkart Diwali Sale: ଆଜି ରାତି'ଠୁ Flipkart'ରେ ଆରମ୍ଭ ହେବ ଦୀପାବଳି ସେଲ୍ । ଦଶହରା ସମୟରେ Flipkart ବିଗ୍ ବିଲିୟନ ଡେ'ସେଲ୍ ଚାଲୁ କରିଥିଲା, ଯେଉଁଥିରେ ଆଇଫୋନ୍ 15 ସମେତ ହଜାର ହଜାର ଦାମି ଜିନିଷ ଅତି କମ୍ ମୂଲ୍ୟରେ ବିକ୍ରି ହୋଇଥିଲା।
ଏହା ପରେ ବର୍ତ୍ତମାନ Flipkart ରେ ଆରମ୍ଭ ହେବାକୁ ଯାଉଛି Diwali Sale । ବର୍ତ୍ତମାନ କମ୍ପାନୀ ଦୀପାବଳି ସେଲ୍ ନେଇ ଘୋଷଣା କରିଛି, ଯାହାର ନାମ ଫ୍ଲିପକାର୍ଟ ବିଗ୍ ଦିୱାଲୀ ସେଲ୍ ରଖାଯାଇଛି । ଉପଭୋକ୍ତାମାନେ ପୁଣି ଥରେ ଆଇଫୋନ୍ 15 ଖୁବ୍ କମ ଟଙ୍କାରେ କିଣିପାରିବେ । ଏହା ବ୍ୟତୀତ, ଯଦି ଆପଣଙ୍କର ଏସବିଆଇ ବ୍ୟାଙ୍କ କାର୍ଡ ଅଛି, ତେବେ ଆପଣ ଏହି ବିକ୍ରିରେ ଅତିରିକ୍ତ ଲାଭ ମଧ୍ୟ ପାଇବେ । ଏହି ସେଲରେ ଉପଲବ୍ଧ ଅଫରଗୁଡ଼ିକ ବିଷୟରେ ଚାଲନ୍ତୁ ଜାଣିବା ।

ଫ୍ଲିପକାର୍ଟ ବିଗ୍ ଦିୱାଲି ସେଲ୍ 2024 ଅକ୍ଟୋବର 21 ରୁ ଆରମ୍ଭ ହେବ । ତଥାପି, ଫ୍ଲିପକାର୍ଟ ପ୍ଲସ୍ ଏବଂ ଭିଆଇପି ସଦସ୍ୟମାନଙ୍କ ପାଇଁ, ଏହି ବିକ୍ରୟ 24 ଘଣ୍ଟା ପୂର୍ବରୁ ଆରମ୍ଭ ହେବ ଯଥା ଆଜି ରାତି 12ଟାରୁ ଅନେକ କଷ୍ଟମର ଏହାର ଲାଭ ଉଠାଇ ପାରିବେ । ଏହି ବିକ୍ରୟ ପାଇଁ ଫ୍ଲିପକାର୍ଟ ଏସବିଆଇ ସହିତ ପାର୍ଟନରସିପ୍ କରିଛି । ତେଣୁ, ଏସବିଆଇ କାର୍ଡ ବ୍ୟବହାର କରି ଗ୍ରାହକମାନେ ତୁରନ୍ତ ଅଧିକ 10% ପର୍ଯ୍ୟନ୍ତ ରିହାତି ପାଇବେ,
ଫ୍ଲିପକାର୍ଟର ଦିୱାଲୀ ସେଲରେ ଉପଭୋକ୍ତାମାନେ ପୁଣି 49,999 ଟଙ୍କାରେ ଆଇଫୋନ୍ 15 କିଣି ପାରିବେ । ସେହିପରି ସାମସଙ୍ଗ ଗାଲାକ୍ସି S23 5G: 37,999 ଟଙ୍କାରେ ଗାଲାକ୍ସି କିଣିପାରିବେ ।
ଆପଲ୍ ଏୟାରପୋଡ୍: ଉପଭୋକ୍ତାମାନେ ଏହି ସେଲରେ ଆପଲ୍ ଏୟାରପୋଡ୍ କେବଳ 10,000 ରୁ କମ୍ ମୂଲ୍ୟରେ କିଣି ପାରିବେ । ଫ୍ଲିପକାର୍ଟର ଏହି ଦିୱାଲୀ ବିକ୍ରିରେ ପ୍ରତି ଘଣ୍ଟାରେ BOMB Deal) ଆୟୋଜିତ ହେବ । ଏହି ଡିଲରେ କିଛି ଅତିରିକ୍ତ ରିହାତି ଏବଂ ଅଫର ଦିଆଯିବ । ଏହା ବ୍ୟତୀତ ଫ୍ଲିପକାର୍ଟ ବିକ୍ରୟ ସମୟରେ ଆହୁରି ଅନେକ ଅଫର ପ୍ରକାଶ ହେବାର ହେବ ।












Click it and Unblock the Notifications