ବିମାନ ଗେଟ୍ ହୋଇଗଲା ଲକ୍ , ୪୦ ମିନିଟ୍ ଯାଏଁ ବିମାନ ଭିତରେ ଫସି ରହିଲେ ଯାତ୍ରୀ
ରାୟପୁର ବିମାନବନ୍ଦରରୁ ଏକ ବିମାନରେ ଯାନ୍ତ୍ରୀକ ତ୍ରୁଟିର ଖବର ଆସିଛି। ଦିଲ୍ଲୀରୁ ଆସୁଥିବା ଏକ ଇଣ୍ଡିଗୋ ବିମାନର ଗେଟ୍ ଅଧ ଘଣ୍ଟା ପର୍ଯ୍ୟନ୍ତ ଖୋଲିନଥିଲା। ଏପରି ପରିସ୍ଥିତିରେ,ଅବତରଣ କରିବା ପରେ ମଧ୍ୟ,ବିମାନରେ ଥିବା ଯାତ୍ରୀ ମାନେ ଓହ୍ଲାଇ ପାରି ନଥିଲେ। ଏହି ସମୟ ମଧ୍ୟରେ, ବିମାନରେ ଥିବା ଯାତ୍ରୀ ମାନେ ଚିନ୍ତିତ ହୋଇପଡିଥିଲେ ।
ଏହି ତ୍ରୁଟିପୂର୍ଣ୍ଣ ବିମାନରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଧ୍ୟ ଉପସ୍ଥିତ ଥିଲେ। ଏହା ବ୍ୟତୀତ ଛତିଶଗଡ଼ ବିଧାୟକ ଚତୁରୀ ନନ୍ଦ ଏବଂ ମେୟର ମୀନାଲ ଚୌବେ ମଧ୍ୟ ବିମାନରେ ଥିଲେ। ମେୟର ମୀନାଲ ଚୌବେ କହିଛନ୍ତି ଯେ, ବିମାନ ଅବତରଣ କରିବା ପରେ, ବିମାନର ଗେଟ୍ ଖୋଲି ନଥିଲା। ଏପରି ପରିସ୍ଥିତିରେ, ସେମାନେ କିଛି ସମୟ ପାଇଁ ଚିନ୍ତିତ ଥିଲେ।
୫ ମିନିଟ୍ କି ୧୦ ମିନିଟ୍ ନୁହେଁ ପାଖାପାଖି ୪୦ ମିନିଟ୍ ଯାଏଁ ବିମାନ ଭିତରେ ଫସି ରହିଲେ ଯାତ୍ରୀ । ଏଭଳି ଅଭାବନୀୟ ଘଚଣା ଦେଖିବାକୁ ମିଳିଛି ଛତିଶଗଡ ରାଇପୁର ସ୍ଥିତ ସ୍ବାମୀ ବିବେକାନନ୍ଦ ବିମାନବନ୍ଦରରେ । ଯେଉଁଠି ଇଣ୍ଡିଗୋ ବିମାନର ଗେଟ୍ ଲକ୍ ହୋଇଯିବାରୁ ଯାତ୍ରୀଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି ।
ତେବେ ଦିଲ୍ଲୀରୁ ରାଇପୁର ପାଇଁ ଉଡାଣ ଭରିଥିବା ଇଣ୍ଡିଗୋ ବିମାନ ଦ୍ବିପର ୨ଟା ୨୫ରେ ଆସି ପହଞ୍ଚିଥିଲା । ବିମାନ ଅବତରଣ ପରେ ଯେତେବେଳେ ଯାତ୍ରୀମାନେ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଛନ୍ତି ଠିକ୍ ସେତେବେଳେ ଗେଟ୍ ଲକ୍ ହୋଇଗଲା । ବିମାନରେ ଯାତ୍ରୀ ବିରକ୍ତି ପ୍ରକାଶ କରିଥିବା ବେଳେ ସେହି ବିମାନରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସମେତ ଅନେକ ଭିଆଇପି ଥିଲେ ।

ଇଣ୍ଡିଗୋ ବିମାନ ଖାଲି ଆଜି ନୁହେଁ କାଲି ମଧ୍ୟ ନାଗପୁରରେ ଜରୁରୀ ଅବତରଣ କରିଥିଲା । ବୋମା ଧମକ ମିଳିବା ପରେ ଜରୁରୀ ଅବତରଣ କରିଥିଲା । କୋଚିରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ ମିଳିବା ପରେ ଆତଙ୍କ ଖେଳିଯାଇଥିଲା ।












Click it and Unblock the Notifications