ଅପ୍ରେଲ 24ରୁ 30 ଯାଏଁ ଭାରତ-ବ୍ରିଟେନ ବିମାନ ଉଡାଣ ରଦ୍ଦ
ନୂଆଦିଲ୍ଳୀ : ବ୍ରିଟେନ ତରଫରୁ ଲଗାଯାଇଥିବା ସଦ୍ୟତମ ପ୍ରତିବନ୍ଧକ ପରେ ଏୟାର ଇଣ୍ଡିଆ ବ୍ରିଟେନକୁ ଏହାର ବିମାନ ଉଡାଣ ବନ୍ଦ କରିଛି । କମ୍ପାନୀ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ, ଏପ୍ରିଲ 24 ରୁ 30 ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ଉଡାଣ ରଦ୍ଦ କରାଯାଇଛି । ଏନେଇ ବୁଧବାର କମ୍ପାନୀ ସୂଚନା ଦେଇଛି । ଏହାରି ମଧ୍ୟରେ ସପ୍ତାହରେ ଥରେ ବିମାନ ଉଡାଣ ନେଇ ପ୍ରକ୍ରିୟା ଚାଲିଥିବା କମ୍ପାନୀ କହିଛି । ସେହିପରି ସୋସିଆଲ ମିଡିଆ ମାଧ୍ୟମରେ ଏ ସମ୍ବନ୍ଧରେ ଆଗକୁ କମ୍ପାନୀ ସୂଚନା ଦେବ ।

ଏୟାର ଇଣ୍ଡିଆ ବ୍ରିଟେନ ଏବଂ ଭାରତ ମଧ୍ୟରେ ଏପ୍ରିଲ 24 ରୁ 30 ମଧ୍ୟରେ ହେବାକୁ ଥିବା ସମସ୍ତ ଉଡାଣକୁ ବାତିଲ କରିଛି । ନୂତନ ଉଡାଣ ସମୟ ଏବଂ ରିଫଣ୍ଡକୁ ନେଇ କମ୍ପାନୀ ଶୀଘ୍ର ସୂଚନା ଦେବ । ଖବର ସରବରାହ ସଂସ୍ଥା ଏଏନଆଇ ଅନୁଯାୟୀ, ଏୟାର ଇଣ୍ଡିଆ କହିଛି ମୁମ୍ବାଇ ଏବଂ ଦିଲ୍ଲୀରୁ ସପ୍ତାହକୁ ଥରେ ବିମାନ ଉଡାଣ ନେଇ ଏୟାର ଇଣ୍ଡିଆ ପ୍ରସ୍ତୁତିରେ ରହିଛି । ସଂସ୍ଥା ତରୁଫରୁ ମିଳିଥିବା ସୂଚନା ଅନୁଯାୟୀ ଏ ସଂପର୍କରେ ଆଗାମୀ ସମୟରେ ୱେବସାଇଟ ଏବଂ ସୋସିଆଲ ମିଡିଆରେ ସୂଚନା ଦିଆଯିବ ।


Click it and Unblock the Notifications