ହିମାଚଳରେ ଜଳପ୍ରଳୟ, ୩୦୦ରୁ ଅଧିକ ରାସ୍ତା ବନ୍ଦ
ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ତାଣ୍ଡବ ରଚିଛି । ହିମାଚଳର କିନୋର ଜିଲ୍ଲାରେ ରିଷି ଡୋଗରୀ ଘାଟିରେ ବାଦଲ ଫାଟିବା ଯୋଗୁଁ ହୋଜିସ ଲୁଙ୍ଗପା ନାଳରେ ବନ୍ୟା ଆସିଛି । ଏଥିରେ ଅନେକ ଲୋକ ଫସିଥିବା ବେଳେ କେତେକ ବ୍ୟକ୍ତି ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଟ୍ରାଇପିକ୍ସ ବ୍ରିଗେଡ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡିଛି । ହିମାଚଳରେ ବାଦଲ ଫାଟିବା ଯୋଗୁଁ ବନ୍ୟା ହେବା ଦ୍ବାରା ପ୍ରଶାସନ ଆଲର୍ଟ ମୋଡରେ ରହିଛି । ଏହି ଘଟଣା ପରେ ଶିମଲା, ଲାହୋଲ ଏବଂ ସ୍ପିତି ଜିଲ୍ଲାରେ ଅନେକ ପୋଲ ଭାସିଯାଇଛି । ୩୦୦ରୁ ଅଧିକ ରାସ୍ତା ବନ୍ଦ ହୋଇଯାଇଛି । ଗାନବୀ ଘାଟିରେ ହଠାତ୍ ବନ୍ୟା ଆସିବା ଯୋଗୁଁ ପୋଲିସ ଫାଣ୍ଡି ଭାସିଯାଇଛି । ଶିମଲାରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଦୋକାନ କ୍ଷତିଗ୍ରସ୍ତ ହୋଇଛି ।

ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ଲୋକମାନେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି । ପ୍ରଶାସନ ଲଗାତାର ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ୩୨୫ ରାସ୍ତା ବନ୍ଦ ପଡିଛି । ଏସଇଓସି ଅନୁସାରେ, ମଣ୍ଡିରେ ୧୭୯ ରାସ୍ତା ଏବଂ କୁଲ୍ଲୁ ନିକଟବର୍ତ୍ତୀ ୭୧ ରାସ୍ତା ବନ୍ଦ ରହିଛି । ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ୨୦୩୧ କୋଟି ଟଙ୍କା କ୍ଷତି ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୪ଟି ଜିଲ୍ଲାରେ କାଙ୍ଗଡା, ମଣ୍ଡି, ଶିମଲା, ସିରମୋର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଆଗକୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ନଦୀ ନାଳରୁ ଦୂରେଇ ରହିବାକୁ ଲୋକମାନଙ୍କୁ ଅପିଲ କରାଯାଇଛି ।












Click it and Unblock the Notifications