ସିକିମ୍ ବନ୍ୟାରେ ଭାସି ୨୩ ଯବାନ ନିଖୋଜ
ସିକିମ୍: ସିକିମ୍ ବନ୍ୟାରେ ଭାସି ୨୩ ଯବାନ ନିଖୋଜ । ବାଦଲ ଫଟା ବର୍ଷା ଯୋଗୁଁ ଲାଚେନ ଉପତ୍ୟକାର ତୀସ୍ତା ନଦୀରେ ଭୟଙ୍କର ବନ୍ୟା ସ୍ଥିତି । ପ୍ରବଳରୁ ଅତିପ୍ରବଳ ଯୋଗୁଁ ସେନା କ୍ୟାମ୍ପ ପ୍ରଭାବିତ ହୋଇଥିବା ନେଇ ସୂଚନା ରହିଛି ।

ତେବେ ଯବାନ ମାନଙ୍କୁ ଖୋଜିବା ପାଇଁ ବର୍ତ୍ତମାନ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ନିକଟସ୍ଥ ରାଜ୍ୟର ଯବାନ ମାନେ ସିକିମରେ ପହଞ୍ଚିଛନ୍ତି ।
ସୂଚନା ଅନୁସାରେ, ସିକିମର ଲାଚେନ ହ୍ରଦର ଉପରିଭାଗରେ ହଠାତ୍ ବର୍ଷା ହେବାରୁ ତୀସ୍ତା ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ପ୍ରାୟ ୧୫ରୁ ୨୦ ଫୁଟ୍ ଉଚ୍ଚ ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ମଙ୍ଗଳାବାର ରାତି ୧ଟା ବେଳେ ଫ୍ଲାସ୍ ଫ୍ଲଡ୍ ହେବାରୁ ସେନାର ୨୩ ଯବାନ ଭାସି ଯାଇ ନିଖୋଜ ଅଛନ୍ତି ଏହାସହ ବହୁ ସେନା କ୍ୟାମ୍ପ ମଧ୍ୟ ଭୁଶୁଡି ଯାଇଛି ।
ତେବେ ଯବାନ ମାନଙ୍କ ସହ ଅନେକ ସାଧାରଣ ଲୋକ ମଧ୍ୟ ଭାସି ଯାଇଥିବା ନେଇ ଖବର ରହିଛି । ସେପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ହେଲେ ନଦୀରେ ସ୍ରୋତ ପ୍ରଖର ଥିବାରୁ ଏପରି ସମୟରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସେନା ପାଇଁ କଷ୍ଟକର ହୋଇ ପଡିଛି । ବର୍ତ୍ତମାନ ମଧ୍ୟ ତୀସ୍ତା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି । ଯେଉଁଥି ପାଇଁ ହାଇ ଆଲର୍ଟ ଜାରି କରାଯିବା ସହ ନଦୀକୂଳରେ ବସବାସ କରୁଥିବା ଅଞ୍ଚଳବାସୀଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।












Click it and Unblock the Notifications