ପଞ୍ଜାବର ୫ ଥର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ପରଲୋକ
Parkash Singh Badal: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ପରଲୋକ । ପଞ୍ଜାବର ୫ଥରର ମୁଖ୍ୟମନ୍ତ୍ରୀ ଥିଲେ ପ୍ରକାଶ ସିଂ ବାଦଲ ।
ଏଥିସହିତ ସେ ଶିରୋମଣି ଅକାଳି ଦଳର ଜଣେ ପରିଚିତ ଚେହେରା ଥିଲେ । ୯୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଗତ ରବିବାର ଦିନ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାର ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିଲା । ମାତ୍ରା ସେଠାରେ ଆଜି ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା ।

ଗତ ବର୍ଷ ଜୁନ୍ ମାସରେ ଗ୍ୟାସ୍ରାଇଟିସ୍ ଏବଂ ବ୍ରୋଙ୍କିଆଲ୍ ଆଜମା ରୋଗରେ ପୀଡିତ ଥିବା ବାଦଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ବର୍ଷ ଫେବୃଆରୀରେ ତାଙ୍କୁ କୋଭିଡ ପରବର୍ତ୍ତୀ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ମୋହାଲିର ଏକ ଘରୋଇ ଡାକ୍ତରଖାନାକୁ ନିଆ ଯାଇଥିଲା । ଯେଉଁଠାରେ ତାଙ୍କର ହୃଦରୋଗ ଏବଂ ଫୁସଫୁସ ଯାଞ୍ଚ ମଧ୍ୟ କରିଥିଲେ।
ପ୍ରକାଶଙ୍କ ପୁଅ ହେଉଛନ୍ତି ସୁଖବୀର ସିଂହ ବାଦଲ । ପ୍ରକାଶ ସିଂ ବାଦଲ ୧୯୨୭ ଡିସେମ୍ବରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ ଯୋଗେ ଶୋକ ପ୍ରକାଶ କରିଛନ୍ତି । ସେ ଭାରତୀୟ ରାଜନୀତିରେ ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ ଓ ଜଣେ ରାଷ୍ଟ୍ରନେତା ଥିଲେ ବୋଲି ମୋଦି କହିଛନ୍ତି । ପଞ୍ଜାବର ବିକାଶ ପାଇଁ ସେ ଅନେକ କାର୍ଯ୍ୟ କରିଛନ୍ତି । ବାଦଲଙ୍କ ପରଲୋକ ତାଙ୍କ ପାଇଁ ବ୍ୟକ୍ତିଗତ ଭାବେ ଏକ ବଡ଼ କ୍ଷତି ବୋଲି ମୋଦି ଲେଖିଛନ୍ତି ।












Click it and Unblock the Notifications