କୁଲଗାମ୍ ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିପାତ
ଗୁରୁବାର ସକାଳେ ଜମ୍ମୁ କଶ୍ମୀରର କୁଲଗାମ୍ ଜିଲ୍ଲାର କଦ୍ଦର ଗାଁରେ ସୁରକ୍ଷାକର୍ମୀଙ୍କ ବଡ଼ ଧରଣର ଏନକାଉଣ୍ଟର, ଯେଉଁଥିରେ ପାଞ୍ଚ ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଆତଙ୍କବଦୀଙ୍କ ଗୁଳିମାଡ଼ରେ ୨ ଯବାନ ଆହତ ହୋଇଥିବା ନେଇ ସୂଚନା ରହିଛି ।

ବୁଧବାର ରାତିରେ ସୁରକ୍ଷା ବାହିନୀ ଜିଲ୍ଲାର ବେହେବାଗ ଅଞ୍ଚଳର କଦ୍ଦରରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ଏକ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ ।












Click it and Unblock the Notifications