ପଶ୍ଚିମବଙ୍ଗରେ ଭୁଶୁଡିଲା ୫ ମହଲା କୋଠା: ୨ ମୃତ
Five-Storey building collapses in South Kolkata: ରବିବାର ରାତିରେ କୋଲକାତାର ଗାର୍ଡେନ୍ ରିଚ୍ ଅଞ୍ଚଳରେ ନିର୍ମାଣାଧୀନ ଏକ ପାଞ୍ଚ ମହଲା କୋଠା ଭୁଶୁଡି ପଡିଛି। ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୩ ଜଣ ଆହତ ହୋଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ।

ମୁଣ୍ତରେ ବ୍ୟାଣ୍ତେଜ ଲାଗିଥିବା ଅବସ୍ଥାରେ ହିଁ ମମତା ଘଟଣାସ୍ଥଳକୁ ଯାଇ ପରିସ୍ଥିତିର ସମୀକ୍ଷା କରିବା ସବ ଉଦ୍ଧାର କାର୍ଯ୍ୟର ସମୀକ୍ଷା ମଧ୍ୟ କରିଛନ୍ତି । ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ପହଞ୍ଚି ସମସ୍ତ ଆହତଙ୍କୁ ଭେଟିଛନ୍ତି ।
ସୂଚନାଥାଉ ଯେ, ଦକ୍ଷିଣ କୋଲକତାର ମେଟିଆବ୍ରୁଜରେ ଏକ ୫ ମହଲା କୋଠା ଭୁଶୁଡି ପଡିଥିଲା । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ସମସ୍ତ ମୃତାହତ ମାନେ ଶ୍ରମିକ ହୋଇଥିବା ନେଇ ସୂଚନା ରହିଛି ।
ପଶ୍ଚିମବଙ୍ଗ ସିଏମ କହିଛନ୍ତି,'ଆମ ମେୟର, ଅଗ୍ନିଶମ ମନ୍ତ୍ରୀ, ସଚିବ ଏବଂ ପୋଲିସ କମିଶନର, ନାଗରିକ, ପୋଲିସ, ଅଗ୍ନିଶମ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଏବଂ ଦଳ ରାତିସାରା ଉକ୍ତ ସ୍ଥାନରେ ଉପସ୍ଥିତ ରହିଛନ୍ତି । ରାଜ୍ୟ ସରକାର ମୃତ ତଥା ଆହତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବ।












Click it and Unblock the Notifications