ଖାଇକୁ ଖସିଲା କାର୍:୫ ମୃତ
ଉତ୍ତରାଖଣ୍ଡ ଚମୋଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଚମୋଲି ଜିଲ୍ଲାର ବିରହୀ ନିଜମୁଲା ମୋଟର ରାସ୍ତାରେ କାରଟି ଖାଇକୁ ଖସିପଡିଥିଲା । ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା, ହେଲେ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା ।
ଖବର ମୁତାବକ, ବିରହୀ-ନିଜମୁଲା ମୋଟର ମାର୍ଗରେ ବରଯାତ୍ରୀ ଗାଡ଼ିଟି ଖାଇକୁ ଖସିପଡିଥିଲା । ଏଥିରେ ୫ ଜଣ ରହିଥିଲେ । ଖାଇକୁ ଖସିପଡିବା ଯୋଗୁଁ ସମସ୍ତଙ୍କ ଜୀବନ ଚାଲିଯାଇଥିଲା । ଗାଡ଼ିରେ ଥିବା ସମସ୍ତ ଯାତ୍ରୀ ଏକ ବାହାଘରରେ ଯୋଗ ଦେଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା ।

ଦୁର୍ଘଟଣା ପରେ ପ୍ରଶାସନ ଏବଂ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ହେଲେ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ପରେ ସମସ୍ତ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications