ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି
ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି । ପ୍ରଧାନବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ କରାଇଲେ ଶପଥ ପାଠ । ଏହି ୫ ବିଚାରପତିଙ୍କୁ ମିଶାଇ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୨ରେ ପହଞ୍ଚିଲା ।

ନୂଆଦିଲ୍ଲୀ: ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି । ପ୍ରଧାନବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ କରାଇଲେ ଶପଥ ପାଠ । ଏହି ୫ ବିଚାରପତିଙ୍କୁ ମିଶାଇ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୨ରେ ପହଞ୍ଚିଲା ।
ତେବେ ଶପଥ ପାଠ କରିଥିବା ନୂଆ ବିଚାରପତିମାନେ ହେଲେ ଜଷ୍ଟିସ ପଙ୍କଜ ମିତ୍ତଲ, ଜଷ୍ଟିସ ସଞ୍ଜୟ କରୋଲ, ଜଷ୍ଟିସ ପି.ଭି ସଞ୍ଜୟ କୁମାର, ଜଷ୍ଟିଲ ଅହସନୁଦ୍ଦିନ ଅମାନୁଲ୍ଲା । ସେହିପରି ଆହ୍ଲାବାଦ ହାଇକୋର୍ଟ ବିଚାରପତି ମନୋଜ ମିଶ୍ର ଶପଥ ନେଇଛନ୍ତି । ଫେବ୍ରୁଆରୀ ୪ରେ ନିଯୁକ୍ତି ନେଇ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିଲେ । ଏହି ସମାରୋହ କୋର୍ଟର ନୂଆ ଭବନର ସଭାଗୃହରେ ଆୟୋଜିତ ହୋଇଥିଲା ।
ତେବେ ଶପଥ ନେଇଥିବା ୫ ବିଚାରପତିଙ୍କ ମଧ୍ୟରୁ ସବୁଠାରୁ ବରିଷ୍ଠ ବିଚାରପତି ହେଲେ ନ୍ୟାୟମୂର୍ତ୍ତି ମିତ୍ତଲ । ସେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଥିଲେ ।












Click it and Unblock the Notifications