Get Updates
Get notified of breaking news, exclusive insights, and must-see stories!

ଭୁଶୁଡ଼ିଲା ଛାତ, ଚାପି ହୋଇ ଚାଲିଗଲା ୫ଜଣଙ୍କ ଜୀବନ

ପଞ୍ଜାବରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ପଞ୍ଜାବର ତରନତାରନରେ ଏକ ବଡ଼ ଦୁର୍ଘଟଣା ଘଟିଛି । ପାଣ୍ଡୋରି ଗୋଲା ଗାଁରେ ଘରର ଛାତ ଭୁଶୁଡ଼ି ପଡ଼ିବା ଫଳରେ ଗୋଟିଏ ପରିବାରର 5 ଜଣ ସଦସ୍ୟଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ତିନି ପିଲା ରହିଥିବା ଜଣାପଡିଛି । ପୁରା ପରିବାର ଶୋଇଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା । ଫଳରେ କେହି ଜାଣିପାରି ନଥିଲେ । ହଠାତ୍ ଛାତ ଭୁଶୁଡ଼ି ପଡିବାରୁ ସମସ୍ତଙ୍କର ମୃତ୍ୟୁ ହୋଇଛି ।

roof collapse in Punjab

ସୂଚନା ଅନୁଯାୟୀ ଶୟନ କକ୍ଷର ଛାତ ଭୁଶୁଡ଼ି ପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ପାଞ୍ଚ ଜଣ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରେ ପହଞ୍ଚିଥିବା ମୃତକଙ୍କ ପରିବାର ସଦସ୍ୟମାନେ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ କହିଛନ୍ତି ଯେ ଛାତ ଭୁଶୁଡ଼ି ପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ସଦର ଥାନା, ତରନତାରନର ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ମୃତକମାନଙ୍କୁ ଗୁରବିନ୍ଦର ସିଂହ, ଅମରଜିତ କୌର, ଏକୁ ଏବଂ ଗୁରଲାଲ ସିଂହ ବୋଲି ଚିହ୍ନଟ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+