ଗୋଟିଏ ପରିବାରର ୫ ଜଣଙ୍କ ହତ୍ୟା, ଘଟ ଭିତରୁ ମଳିଲା ମୃତ ଦେହ

Meerut Crime News: ଉତ୍ତର ପ୍ରଦେଶର ମେରଠରେ ଭୟଙ୍କର ହତ୍ୟାକାଣ୍ତ । ଗୋଟିଏ ପରିବାରର ୫ ଜଣଙ୍କ ହତ୍ୟା କରାଯାଇଛି । ଗୁରୁବାର ରାତିରେ, ଲିସାଡି ଗେଟ୍ ଅଞ୍ଚଳରେ ପାଞ୍ଚ ଜଣଙ୍କ ହତ୍ୟା ହେବା ପରେ ସ୍ଥାନୀୟ ଅଞ୍ଚଳର ଭୟର ବାତା ବରଣ ସୃଷ୍ଟି ହୋଇଛି । ଅଭିଯୁକ୍ତ ମାନେ ଜଣେ ଦମ୍ପତ୍ତିଙ୍କ ସମେତ ତାଙ୍କ ୩ ଝିଅଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି । ବନ୍ଦ ଘରୁ ପାଞ୍ଚଟି ମୃତଦେହ ମିଳିବା ପରେ ଚହଳ ସୃଷ୍ଟି ହୋଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଥିବା ନେଇ ସୂଚନା ରହିଛି ।

ସୂଚନା ଅନୁଯାୟୀ, ସୁହେଲ ଗାର୍ଡେନରେ ରହୁଥିବା ମୋଇନ ରାଜମିସ୍ତ୍ରୀ ଭାବରେ କାମ କରୁଥିଲେ। ମୋଇନଙ୍କ ଭାଇ ସଲିମ କହିଛନ୍ତି ଯେ ପରିବାରର ସଦସ୍ୟମାନେ ବୁଧବାର ରାତି ପ୍ରାୟ ୯ଟାରେ ମୋଇନଙ୍କ ସହ କଥା ହୋଇଥିଲେ। ଏହା ପରେ, ଘରର କୌଣସି ସଦସ୍ୟଙ୍କ ଫୋନ୍ ଉଠାଇ ନଥିଲେ । ଗୁରୁବାର ରାତି ପ୍ରାୟ ୯ଟାରେ ସଲିମ୍ ତାଙ୍କ ଭାଇ ମୋଇନ୍‌ଙ୍କ ଘରେ ପହଞ୍ଚିଥିଲେ ହେଲେ ଘର ବାହାରୁ ତାଲା ପଡିଥିଲା ।

Meerut murder

ଏହା ପରେ ସେ ଘରର ତାଲା ଭାଙ୍ଗିଥିଲେ । ଯାହା ପରେ ଘର ଭିତରୁ ଦୁର୍ଗନ୍ଧ ଆସୁଥିଲା। ଏହା ପରେ, ଯେତେବେଳେ ଡବଲ୍ ବେଡ୍ ଖୋଲାଯାଇଥିଲା ମୋଇନଙ୍କ ପତ୍ନୀଙ୍କ ମୃତ ଦେହ ମିଳିଥିଲା । ଅନ୍ୟ ଏକ ରୁମରେ ମୋଇନ୍ ଏବଂ ତାଙ୍କ ତିନି ଝିଅଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା ।

ସମସ୍ତଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିଲା ଘର ସାରା ରକ୍ତ ପଡିଥିବାର ଦେଖି ପାଇଁ ମିଳିଥିଲା । ଏପରି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଏବଂ ଭୟଭୀତ କରିଥିଲା । ଏପରି ହତ୍ୟା କାଣ୍ତ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ମୃତ ଦେହ ଜବତ କରିଥିଲା । ଏବଂ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+